ସଂଚାର ବ୍ୟୁରୋ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗାଁ ଭିତରେ ପଶିଲା କେନାଲ ପାଣି । ଲୋକଙ୍କ ଘରେ ମଧ୍ୟ ପାଣି ପଶିଛି। କେନାଲରେ ଘାଇ ସୃଷ୍ଟି ହେବା ଯୋଗୁଁ ଶହ ଶହ ଏକର ପରିବା ଚାଷ ଓ ଧାନ ଜମି ଜଳମଗ୍ନ ହୋଇଛି। ଛେଣ୍ଡିପଦା ଆଉଁଳି ମୁଖ୍ୟ କେନାଲର କର୍ଣ୍ଣପାଳ ଗାଁ ନିକଟରେ ଭୁଶୁଡ଼ିଛି ମୁଖ୍ୟ କେନାଲ। ୨୦ ଫୁଟର ଘାଇ ହେବା ଫଳରେ କର୍ଣ୍ଣପାଳ ଗାଁରେ ପଶିଛି ପାଣି l ଘରେ ଘରେ ପାଣି ପଶି ଘର ସାମଗ୍ରୀ, ଆସବାବପତ୍ର ନଷ୍ଟ ସହିତ ରାସ୍ତା ଉପରେ ଲହଡି ମାରୁଛି ପାଣି। ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ଜଳସେଚନ ବିଭାଗ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।