ସଂଚାର ବ୍ୟୁରୋ: ଛତିଶଗଡ଼ ଗରିଆବନ୍ଧରେ ମାଓ ଏନକାଉଣ୍ଟର। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ । ପୋଲିସର ଏନକାଉଣ୍ଟରରେ ଦଶରୁ ଅଧିକ ମାଓବାଦୀ ନିହତ । ଏନକାଉଣ୍ଟରରେ ଟପ ମାଓବାଦୀ ସ୍ପେଶାଲ ଜୋନାଲ କମିଟି ମେମ୍ବର ପ୍ରମୋଦ ଓରଫ ପଣ୍ଡୁ ଭାସ୍କର ସମେତ ଦଶ ମାଓବାଦୀ ନିହତ । ଏବେ ବି ସୁରକ୍ଷାକର୍ମୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କିଛି ଯବାନ ମଧ୍ଯ ଆହତ ହୋଇଥିବା ସୂଚନା ମିଳୁଛି ।.