ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ନକ୍ସଲ ନିହତ। ଏହି ସୂଚନା ଦେଇଛନ୍ତି ବସ୍ତର୍ ଆଇଜି ପି. ସୁନ୍ଦରରାଜ। ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ଏବେ ବି ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି। ଜଙ୍ଗଲରେ କମ୍ଵି ଜାରି ରଖିଛନ୍ତି ଏସଟିଏଫ୍, ଡିଆରଜି ଯବାନଙ୍କ ମିଳିତ ଟିମ୍। ବସ୍ତର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନକାଉଣ୍ଟରରେ ୨ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି ଏବଂ ୨ ଜଣ ଆହତ ହୋଇଛନ୍ତି। କିଛି ଦିନ ହେଲା ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ ଜୋରଦାର ହୋଇଛି। … ନକ୍ସଲ ସମସ୍ୟାକୁ ମୂଳପୋଛ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ଗୋଟିଏ ଦିନରେ ଗୋଟିଏ ଅପରେସନରେ ଏତେ ଜଣ ନକ୍ସଲଙ୍କ ମୃତ୍ୟୁ ହେବା ଦ୍ଵାରା ଦ୍ଵାରା ନିଶ୍ଚିତ ଭାବେ ଲାଲବାହିନୀର ମେରୁଦଣ୍ଡ ଭାଙ୍ଗିଯିବ।