ସଂଚାର ବ୍ୟୁରୋ: ବିଜେପି ସାଂସଦ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅରୁଚିକର ମନ୍ତବ୍ଯ ମାମଲା। ଚଣ୍ଡୀଗଡ଼ରେ ଆମ ଆଦମୀ ପାର୍ଟି କର୍ମୀଙ୍କ ବଡଧରଣର ବିକ୍ଷୋଭ। ବାଂଲାଦେଶ ଅସ୍ଥିରତା ସହ ଚାଷୀ ଆନ୍ଦୋଳନକୁ ଲିଙ୍କ କରିଥିଲେ କଙ୍ଗନା। ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ-ଯଦି ସରକାର କଠୋର ପଦକ୍ଷେପ ନ ନିଅନ୍ତି ତେବେ କୃଷକଙ୍କ ଆନ୍ଦୋଳନ ବାଂଲାଦେଶ ଧରଣର ପରିସ୍ଥିତି ସୃଷ୍ଟି କରିବ। ବାଂଲାଦେଶରେ ଯାହା ଘଟିଲା ତାହା ଏଠାରେ ବି ଘଟିପାରେ। ଏଠାରେ ତାହାର ପ୍ରତିଫଳନ ଲାଗି ବିଦେଶୀ ଶକ୍ତି ଷଡ଼ଯନ୍ତ୍ର କରୁଛନ୍ତି। କୃଷକ ଆନ୍ଦୋଳନ ସମ୍ପର୍କରେ କଙ୍ଗନା ଆହୁରି କହିଥିଲେ ଯେ, କୃଷକ ଆନ୍ଦୋଳନ ଚାଲିଥିବାବେଳେ ଲୋକଙ୍କ ଶବ ଝୁଲୁଥିବା ଦେଖାଯାଇଥିଲା। ସେଠାରେ ଦୁଷ୍କର୍ମ ଚାଲିଥିଲା। ସେପଟେ କଙ୍ଗନାଙ୍କ ମନ୍ତବ୍ଯରୁ ନିଜକୁ ଦୂରେଇଥିଲା ବିଜେପି। ଦଳ କହିଥିଲା- କଙ୍ଗନା ଯେଉଁ ମନ୍ତବ୍ଯ ଦେଇଛନ୍ତି ତାହା ଦଳର ଦୃଷ୍ଟିଭଙ୍ଗୀ ନୁହେଁ।