ସଂଚାର ବ୍ୟୁରୋ: ଭଦ୍ରକ ଚାନ୍ଦବାଲି ନାବାଳିକା ମୃତଦେହ ଉଦ୍ଧାର ମାମଲାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି। ଫଳରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ନାବାଳିକାର ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ସିଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭଦ୍ରକ ଏନଏସି ଅଞ୍ଚଳର ଏକ ପଂଚାୟତ ଗୃହ ପଛପଟୁ ୧୦ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ଶିଶୁକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଦେହରେ କ୍ଷତଚିହ୍ନ ରହିଛି । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରାଯାଇଛି। ଏହାର ତଦନ୍ତ କରୁଛି ପୋଲିସ।

