ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମସି କମିସନର ଚଞ୍ଚଳ ରାଣା । ୧୭ ତମ ବିଏମସି କମିସନର ଭାବେ ଦାୟିତ୍ୱ ନେଇଛନ୍ତି ଚଞ୍ଚଳ ରଣା । ବିଏମସିର ଭାରପ୍ରାପ୍ତ କମିସନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂଆ କମିସନର । କାର୍ଯ୍ୟରେ ଯୋଗ ଦେବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଭିଡିଓ କନଫରେନସିଂରେ କଥା ହେବା ସହ ବିଏମସିର ସମସ୍ତ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ ବୈଠକ କରିଛନ୍ତି। ପୂର୍ବରୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱରେ ଥିଲେ ଚଞ୍ଚଳ ରାଣା ।