ସଂଚାର ବ୍ୟୁରୋ: ଘର ଭଡ଼ା ବୁଝିବା ବାହାନାରେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟ୍ । ଢେଙ୍କାନାଳ ଟାଉନ ଥାନା ମହିଷାପାଟ ନିକଟରେ ଘଟିଛି ଏଭଳି ଘଟଣା। ଜଣେ ମହିଳାଙ୍କୁ ମାଡ଼ ମାରି, ତଳେ ପକାଇ ସୁନା ଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏସବୁ ସିସିଟିଭିରେ କଏଦ ହୋଇଛି ।ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଲୁଟେରାମାନେ ଏଯାଏ ଧରା ପଡ଼ି ନାହାନ୍ତି। ଅଭିଯୋଗ ଅନୁସାରେ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ସେହି ମହିଳାଙ୍କୁ ଘରଭଡ଼ା ବାବଦରେ ପଚାରିଥିଲେ। ସେହି ମହିଳା ମନା କରିବା ପରେ ସେହି ଯୁବକମାନେ ମୋବାଇଲ ନମ୍ବର ମାଗିଥିଲେ ଓ ପିଇବାକୁ ପାଣି ମାଗିଥିଲେ। ଏଥିରେ ମହିଳାଙ୍କର ସନ୍ଦେହ ହେବାରୁ ଗେଟ୍ ଦେଇ ସେ ଚାଲି ଯିବାକୁ ଉଦ୍ୟମ କରିଥିଲେ। ଠିକ ସେତିକି ବେଳେ ଜଣେ ଲୁଟେରା ଗେଟ୍ ଭିତରକୁ ଧସେଇ ପଶି ମହିଳାଙ୍କୁ ତଳେ ପକାଇ ସୁନା ଚେନ ଲୁଟି ନେଇଥିଲା ।