ସଂଚାର ବ୍ୟୁରୋ: ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜାରି କଲା ଚିଠି। ସମସ୍ତ ସ୍କୁଲ ମୁଖ୍ୟ ଏବଂ ମ୍ୟାନେଜରସ ମାନଙ୍କୁ ଲେଖିଲ ଚିଠି। ସ୍କୁଲର ପ୍ରବେଶ ଓ ପ୍ରସ୍ଥାନ ଗେଟ ସହ କରିଡରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ। ଅଡିଓ ଭିଜୁଆଲ ସହ ସିସିଟିଭି ଲାଗିବ। ଏହା ସହ ଶିଡି ପାହାଚ, କ୍ଲାସରୁମ, ଲାଇବ୍ରେରୀ, କ୍ୟାଣ୍ଟିନ, ଷ୍ଟୋର ରୁମ, ଖେଳ ପଡିଆ ମଧ୍ୟ ସିସିଟିଭି ନଜରରେ ରହିବ। କେବଳ ଶୌଚାଳୟକୁ ଛାଡି ଦେଇ ସ୍କୁଲର ଅନ୍ୟ ସମସ୍ତ ସ୍ଥାନରେ ସିସିଟିଭି ଲଗାଯାଇବାକୁ ନିର୍ଦ୍ଦେଶ ରହିଛି। ଅତି କମରେ ୧୫ ଦିନର ଭିଜୁଆଲ ଷ୍ଟୋର କରିପାରିବାର କ୍ଷମତା ଥିବା ସିସିଟିଭି ଲଗାଯିବ।