ସଂଚାର ବ୍ୟୁରୋ: ଶିଳ୍ପପତି ଅନୀଲ ଅମ୍ପାନୀଙ୍କ ଘରେ ସିବିଆଇ ରେଡ। ୧୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ରେଡ୍ କରୁଛି ସିବିଆଇ। ଇଡି ପରେ ଏବେ ସିବିଆଇ ରେଡ୍ କରୁଛି। ଆରକମ ଏବଂ ଅନୀଲ ଅମ୍ବାନୀଙ୍କ ସମ୍ପର୍କ ଥିବା ସ୍ଥାନ ଗୁଡିକରେ ସିବିଆଇ ରେଡ୍ କରୁଛି। ସକାଳ ୭ଟାରୁ ଅନୀଲ ଅମ୍ବାନୀଙ୍କ ଘରେ ପହଞ୍ଚି ରେଡ୍ ଚଳାଇଛନ୍ତି ସିବିଆଇ ଅଧିକାରୀ। ୭ରୁ ୮ ଜଣ ଅଧିକାରୀ ଏହି ରେଡ କରୁଛନ୍ତି। ରେଡ୍ ସମୟରେ ଅନୀଲ ଅମ୍ବାନୀଙ୍କ ପରିବାର ଲୋକେ ଘରେ ଉପସ୍ଥିତ ଥିଲେ। ଋଣ ଠକେଇ ମାମଲାରେ ସିବିଆଇ ଏହି ଚଢାଉ କରିଥିବା ଜଣାପଡିଛି। ଏହା ପୂର୍ବରୁ ଗତ ୪ ତାରିଖରେ ଇଡି ଅନୀଲ ଅମ୍ବାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠା ନେଇଥିଲା। ଅର୍ଥ ହେରଫେର ମାମଲାରେ ତନାଘନା ପାଇ ଅନୀଲ ଅମ୍ବାନୀଙ୍କ କମ୍ପାନୀର ଏକାଧିକ ଅଧିକାରୀଙ୍କୁ ସମନ କରିଥିଲା।.