ସଂଚାର ବ୍ୟୁରୋ: ଚେକିଂ ବେଳେ କାରରୁ ବାହାରିଲା ବିଡ଼ାବିଡ଼ା ଟଙ୍କା । ଭୁବନେଶ୍ବର ଓମ୍ଫେଡ ଛକରେ ଗତକାଲି ରାତିରେ ଯାଞ୍ଚ ବେଳେ ପୁଳାପୁଳା ଟଙ୍କା ଜବତ କରିଛି ପୋଲିସ । ଗାଡ଼ିରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ । ଗାଡ଼ି ଚାଳକ ଦିବ୍ୟଜ୍ୟୋତି ନାୟକ ମଦ୍ଯପାନ କରିଥିଲେ । ଚେକିଂ ବେଳେ ଗାଡିଟି ଦୁର୍ଘଟଣା ଘଟାଇଥିଲା । ପୋଲିସ ବ୍ୟାରିକେଡକୁ ପିଟି ଭାଙ୍ଗିରୁଜି ଯାଇଛି ଗାଡ଼ି । ତେବେ ରାତିରେ ଏତେ ଟଙ୍କା ଦିବ୍ୟଜ୍ୟୋତି କୋଉଠୁ ଆଣିଲେ ଏବଂ କୁଆଡ଼େ ନେଇ ଯାଉଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ଖୋଳତାଡ଼ ଜାରି ରଖିଛି ।