ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। କ୍ୟାବିନେଟ ବୈଠକରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକ ପରେ ଏ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।
କ୍ୟାବିନେଟରେ ମତ୍ସ୍ୟଜୀବୀ ସୁରକ୍ଷାକୁ ପ୍ରାଥମିକତାକୁ ଦିଆଯାଇଛି। ସମୁଦ୍ରରେ ସୁରକ୍ଷା ଓ ସାମୁଦ୍ରିକ ସମ୍ପଦ ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଯାଇଛି। ମେରିନ୍ ଫିସିଂ ରେଗୁଲେସନ୍ ୧୯୮୨ ପରିବର୍ତ୍ତନ କରି ନୂଆ ‘ଓଡ଼ିଶା ମେରିନ୍ ଫିସିଂ ରେଗୁଲେସନ୍ ଆକ୍ଟ ୨୦୨୬’ ଆସିବ । ବେଆଇନ୍ ମାଛଧରା ବନ୍ଦ ହେବ। ଇଲିଗାଲ୍ ଫିସିଂ ଆକ୍ଟିଭିଟି ଉପରେ କଡା ରୋକ୍ ଲାଗିବ। ମନିଟରିଂ ଓ ସଂରକ୍ଷଣ ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର ହେବ।
ସେହିପରି କୋର୍ଟ ମ୍ୟାନେଜର ପଦବୀ ନିୟମିତ ହେବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ନିଯୁକ୍ତି ହେବେ। କୋର୍ଟ ନନ୍-ଜୁଡିସିଆଲ୍ ଷ୍ଟାଫଙ୍କୁ ପଦୋନ୍ନତି ବାଟ ଫିଟିଛି। କୋର୍ଟ ଗ୍ରୁପ ‘ଡି’ କର୍ମଚାରୀ କନିଷ୍ଠ କିରାଣୀକୁ ପାଇବେ ପଦୋନ୍ନତି । ସେହିପରି ରାଜ୍ୟ ପ୍ରତ୍ନତତ୍ତ୍ବ ନିର୍ଦେଶାଳୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଅଲଗା ଡାଇରେକ୍ଟୋରେଟ୍ ଗଠନ ହୋଇ ଷ୍ଟାଫ୍ ଓ ଟେକ୍ନିକାଲ୍ ପୋଷ୍ଟ୍ ପୂରଣ ହେବ। ରାଜ୍ୟ ଆର୍କିଓଲୋଜିକାଲ୍ କ୍ୟୁରେଟର୍ ସର୍ଭିସ୍ ରୁଲ୍ ୨୦୨୬ରେ ନିଯୁକ୍ତି ଓ ପଦୋନ୍ନତି ନିୟମ ତିଆରି ହେବ। ST-SC ବିଭାଗରେ ମିନିଷ୍ଟେରିଆଲ୍ ନିଯୁକ୍ତି ନିୟମ ବଦଳିଲା । ଏହା ଦ୍ବାରା ସର୍କଲ୍ ଇନ୍ସ୍ପେକ୍ଟରଙ୍କ ପଦୋନ୍ନତି ସହଜ ହେବ।
ଶିଳ୍ପ , ଶକ୍ତି ଓ ଖାଦ୍ୟ ଯୋଗାଣ ବିଭାଗର ବିଭିନ୍ନ ପ୍ରସ୍ତାବ ମଞ୍ଜୁରୀ ହୋଇଛି। ୮୫୪ କୋଟିର ପାୱାର୍ ପ୍ରୋଜେକ୍ଟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। OPTCL 400 KV ଗ୍ରୀଡ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ କରିବ । ସେହିପରି- ଥର୍ମାଲ୍ ପଲିସି ସଂଶୋଧନ କରାଯାଇଛି। ଭବିଷ୍ୟତ IPPରୁ ରାଜ୍ୟକୁ 5% ବିଜୁଳି ମିଳିବ, ଆଗରୁ 14%/12% ଥିଲା । ଭବିଷ୍ୟତ ଆଇପିପି ସହ ପ୍ରସ୍ତାବିତ ଏମସୟୁ ଶୀର୍ଷକକୁ ସଂଶୋଧନ କରି ପ୍ରସ୍ତାବିତ ଶବ୍ଦକୁ ବିଲୋପ କରାଯାଇଛି। ଏହା ପରିବର୍ତେ ଭବିଷ୍ୟତ ଆଇପିପିସହ ଏମଓୟୁ ଭାବେ ପରିବର୍ତ୍ତିତ ହେବ। ପେଟ୍ରୋଲ୍ ପମ୍ପ୍ ଲାଇସେନ୍ସ ସହଜ କରାଯାଇଛି। ରିଟେଲ୍ ସେଲ୍ ଲାଇସେନ୍ସ ଆଉ ଦରକାର ନାହିଁ, କଲେକ୍ଟର NOC ଯଥେଷ୍ଟ ।
ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଇଛି। ୪୦୦ କେଭି ଗ୍ରୀଡ କରାଯାଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ 24×7 ବିଜୁଳି ସୁନିଶ୍ଚିତ ହେବ। ପାୱାର୍ ପ୍ଲାଣ୍ଟରେ ପରିବେଶ ନିୟମ କଡାକଡି ହେବ। IPPଗୁଡିକ ଏନ୍ଭାଇରନ୍ମେଣ୍ଟାଲ୍ ନିୟମ ମାନିବେ । ମେଡିକାଲ୍ ନେଗ୍ଲିଜେନ୍ସ କେସ୍ ଶୀଘ୍ର ସମାଧାନ କରାଯିବ।
କୋର୍ଟରେ ମହିଳା ଗ୍ରୁପ୍-D କର୍ମଚାରୀ ପଦୋନ୍ନତି ପାଇ ଜୁନିଅର୍ କ୍ଲର୍କ୍ ହୋଇପାରିବେ । ମେରିନ୍ ଫିସିଂ ଆଇନରେ ମହିଳା ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ପ୍ରତ୍ନତତ୍ତ୍ୱ ବିଭାଗର ନୂଆ ନିଯୁକ୍ତିରେ ମହିଳାଙ୍କୁ ସୁଯୋଗ ମିଳିବ। ପାୱାର୍ ପ୍ରୋଜେକ୍ଟରୁ SHG ଚାଲୁଥିବା ୟୁନିଟ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ହେବ।
କ୍ୟାବିନେଟ୍ରେ ST-SC ବିଭାଗ ପାଇଁ ବଡ଼ ଘୋଷଣା । ନୂଆ ନିୟମରେ ମୋଟ୍ ୧୦୩୨ ଟି ପଦବୀ ରହିଛି। ଜୁନିଅର୍ ଆସିଷ୍ଟାଣ୍ଟ ୬୩୦, ସିନିଅର୍ ଆସିଷ୍ଟାଣ୍ଟ ୨୪୯, ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ୧୦୦ଓ ସେକ୍ସନ୍ ଅଫିସର୍ ୫୩ଟି ପଦବୀ ରହିଛି।
