ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଏକେ ଘରୋଇ ବସରେ ନିଆଁ ଲାଗିଛି। ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା।
ଘଟଣା ଅନୁସାରେ ବରମୁଣ୍ଡା ପୁରୁଣା ବସ୍ ଷ୍ଟାଣ୍ଡରେ ଏକ ଘରୋଇ ବସରେ ଅଗ୍ନିକାଣ୍ଡ ଘଟିଛି। ସାରଳା ନାମକ ଘରୋଇ ବସ ପାର୍କିଂ ହୋଇଥିବା ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ରହିଛି। ଖବର ପାଇ ତମାଣ୍ଡୋ ଅଗ୍ମିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ବସତି ଭୁବନେଶ୍ୱରରୁ ପୁରୀ ଯାତାୟାତ କରେ।
