ସଂଚାର ବ୍ୟୁରୋ: ଖୋର୍ଦ୍ଧା ଟାଙ୍ଗୀ ନିକଟସ୍ଥ ବିନ୍ଧାଣିଆ ଠାରେ ବାଇକ ଆରୋହୀଙ୍କ ଉପରେ ଚଢିଗଲା ବସ୍ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଖୋର୍ଦ୍ଧା ଟାଙ୍ଗୀ ଥାନା କୁହୁଡି ଗାଁର ୩୨ ବର୍ଷିୟ ସୁବ୍ରତ ପ୍ରଧାନ। ସେ ଟଙ୍ଗୀରୁ ବାଇକରେ ଜଣେ ବନ୍ଧୁଙ୍କ ସହ କୁହୁଡି ଅଭିମୁଖେ ଯାଉଥିବା ବେଳେ ପଛ ପଟୁ ପିଟିଥିଲା ଦ୍ରୁତଗାମୀ ବସ୍ ।
ଦୁର୍ଘଟଣା ଘଟାଇବା ପରେ ବସ ଫେରାର ହୋଇଯାଇଥିବାବେଳେ ବିନ୍ଧାଣିଆ ନିକଟରେ ରାସ୍ତାରୋକ କରିଥିଲେ ଶତାଧିକ ଲୋକେ। ଖବର ପାଇ ଟାଙ୍ଗୀ ଥାନା ଆଇଆଇସି ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

