ସଂଚାର ବ୍ୟୁରୋ: ବଲାଙ୍ଗୀରରେ ବିଗିଡ଼ିଯାଇଛି ଆଇନଶୃଙ୍ଖଳା ପରିସ୍ଥିତି I ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ବନ୍ଧୁକ ମୁନରେ ଚାଲିଛି ଦିନ ଦ୍ୱିପହରେ ଲୁଟ I ବନ୍ଧୁକ ମୁନରେ ଆତଙ୍କ ଖେଳାଇ ରାସ୍ତାରୁ ଯୁବକଙ୍କ ଠାରୁ ଲୁଟିନେଲେ ବୁଲେଟ୍ I ଘଟଣାଟି ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ଅସୁରପୁଲି ଠାରେ ଘଟିଛି I ବୁଲେଟ୍ ଚାଳକକୁ ରାସ୍ତାରେ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଇ ଯୁବକଙ୍କ ଠାରୁ ବୁଲେଟ୍ ଲୁଟ୍ କରିଛନ୍ତି ହେଲମେଟ ପିନ୍ଧା ଦୁର୍ବୃତ୍ତ I ବଲାଙ୍ଗୀର ସମ୍ବଲପୁର ୨୬ ନମ୍ଵର ଜାତୀୟ ରାଜପଥ ଅସୁରପୁଲିଠାରୁ ଲୁଟ୍ କରି ଫେରାର୍ ମାରିଛନ୍ତି ଦୁର୍ବୃତ୍ତ I ଦୁଇ ଦୁବୃର୍ତ୍ତ ବନ୍ଧୁକ ଧରିଥିବା କହିଛନ୍ତି ବୁଲେଟ୍ ମାଲିକ I ଲୁଟର ଶିକାର ହେଲେ ବଲାଙ୍ଗୀର ଗାନ୍ଧୀନଗରପଡ଼ାର କୁନ୍ଦନ ବେହେରା ଓ ଶିକୁନ ମାଝୀ I ବୁଲେଟ୍ ଲୁଟି ନେଇ ଲୁଟେରା ଧରିଥିବା ଚୋରି ଗାଡ଼ି ଛାଡ଼ ଫେରାର୍ ମାରିଛନ୍ତି I ଅଭିଯୋଗ ପରେ ପୁଇଁତଳା ଥାନା ପୋଲିସ ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଛି I.