ଆଜିଠାରୁ ଆରମ୍ଭ ହେବାକୁ ଯାଇଛି ବଜେଟ୍ ଅଧିବେଶନ। ରାଜ୍ୟପାଳ ହରିବାବୁ କମ୍ଭମ ପାଟିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ କାର୍ଯ୍ୟ। ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ । ଏହି ଅଧିବେଶନରେ ରହିଛି ୨୮ଟି କାର୍ଯ୍ୟ ଦିବସ । ଆସନ୍ତା ୨୦ତାରିଖରେ ବିଧାନସଭାରେ ୨୦୨୬-୨୭ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ। ମାର୍ଚ୍ଚ ୩୧ତାରିଖରେ ଗୃହରେ ବ୍ୟୟ ମୁଞ୍ଜିରୀ ବିଲ ଆଗତ ହେବ । ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ନିମନ୍ତେ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି। ସେପଟେ ଗୃହକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ କରି ରଣନୀତି ଚୁଡାନ୍ତ କରିଛନ୍ତି । ଅଧିବେଶନ ଲମ୍ଭା ସମୟ ଧରି ଚାଲିବାକୁ ଥିବା ବେଳେ ଗୃହ କାର୍ଯ୍ୟ ପ୍ରଥମ ଦିନରୁ ହିଁ ସରଗରମ ହେବା ନେଇ ଆକଳନ କରାଯାଉଛି ।
ଆଜି ଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ଆସନ୍ତା ୨୦ ତାରିଖରେ ୨୦୨୬-୨୭ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫେବୃୟାରୀ ୧୭ ରୁ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ। ବଜେଟ ଅଧିବେଶନରେ ମୋଟ ୨୮ ଟି କାର୍ଯ୍ୟଦିବସ ରହିଛି। ରାଜ୍ୟପାଳଙ୍କ ଅଭିଭାଷଣ ରୁ ଗୃହକାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ।। ଧାନକିଣା, ପିୟୁସିସି, ମହିଳା ହିଂସା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧି। ସେପଟେ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ଶାସକ ଦଳ ପ୍ରସ୍ତୁତ। ।
ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କଲା କମିଶନରେଟ ପୋଲିସ। ବିଧାନସଭା ଭିତରେ ଓ ବାହାରେ ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଡଗ ସ୍କ୍ବାର୍ଡ, ବମ ସ୍କ୍ବାର୍ଡ, ସ୍ନେକ ହେଲ୍ପଲାଇନ, ଅଗ୍ନିଶମ ବିଭାଗ ବିଧାନସଭା ଭିତରେ ଓ ବାହାରେ ନିୟୋଜିତ ରହିବେ। 20 ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ବିଧାନସଭା ଚତୁଃପାର୍ଶ୍ଵରେ ରହିବେ ମୁତୟନ I ସିସିଟିଭି ଭିତରେ ରହିବ ସମ୍ପୂର୍ଣ୍ଣ ବିଧାନସଭା ପରିସର। ଏଥିପାଇଁ ବିଧାନସଭା ଆଗରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ସହିତ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ ତିଆରି କରାଯାଇଛି । ଗାନ୍ଧିମାର୍ଗକୁ ଏଆଇ କ୍ୟାମେରା ସରଭିଲାନ୍ସରେ ରଖାଯାଇଛି। ଗୁଇନ୍ଦା ବିଭାଗ ସାଧା ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ନିୟୋଜିତ ରହିବେ

