ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି । ନିର୍ମଳାଙ୍କ ନବମ ବଜେଟ୍ରେ ଓଡ଼ିଶା ପାଇଁ ୩ଟି ଘୋଷଣା ହୋଇଛି । ବଜେଟ୍ରେ ନିର୍ମଳା ଯୁବ ଶକ୍ତି ଉପରେ ଗୁରୁତ୍ଵ ଦେଇଛନ୍ତି ।
ଦୁର୍ଲଭ ମୃତ୍ତିକା କରିଡର
ବଜେଟ୍ରେ ଓଡ଼ିଶା ପାଇଁ ୩ଟି ଘୋଷଣା କରାଯାଇଛି । ଯେଉଁଥିରେ ଦୁର୍ଲଭ ମୃତ୍ତିକା କରିଡର (Rare Earth Corridors) ଯାହାକି ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ଭଳି ଖଣିଜ ସମ୍ପଦ ଭରା ରାଜ୍ୟରେ ସ୍ଥାପନ କରାଯିବ । ଯାହାଦ୍ଵାରା ଏସବୁ ରାଜ୍ୟରେ ଖଣିଜ ଉତ୍ତୋଳନ ବଢ଼ିବା ସହ ପରବର୍ତ୍ତୀ ପ୍ରକ୍ରିୟା ଏବଂ ଉତ୍ପାଦନ ବୃଦ୍ଧି ପାଇବ ।
ଜଳପଥ ଓ ପରିବହନ
ଜଳପଥରେ ପରିବହନକୁ ବଜେଟ୍ରେ ଗୁରୁତ୍ଵ ମିଳିଛି । ଯେଉଁଥିରେ ସରକାର ୨୦ଟି ନୂତନ ଜାତୀୟ ଜଳପଥ ଆଗାମୀ ୫ ବର୍ଷରେ କାର୍ଯ୍ୟକ୍ଷମ କରିବେ । ଜାତୀୟ ଜଳପଥ-୫ରେ ଓଡ଼ିଶାକୁ ସାମିଲ୍ କରାଯିବ । ଖଣିଜ ସମ୍ପଦରେ ଭରା ତାଳଚେର ଏବଂ ଅନୁଗୁଳ ସହ ସିଳ୍ପ ନଗରୀ କଳିଙ୍ଗନଗରରୁ ପାରାଦୀପ ଏବଂ ଦାମରା ଏଥିରେ ସାମିଲ୍ ହେବ ।
ଏଥିପାଇଁ ଆଞ୍ଚଳିକ ତାଲିମ୍ ପ୍ରତିଷ୍ଠାନ ପ୍ରତିଷ୍ଠାନ କରାଯିବ । ଯେଉଁଠି ଆବଶ୍ୟକ ମାନବସମ୍ବଳକୁ ତାଲିମ୍ ଦିଆଯିବ । ଏଥିସହ ଏକ ସିପ୍ ରିପେୟାର୍ ଇକୋସିଷ୍ଟମ ବାରଣାସୀ ଏବଂ ପାଟନାରେ ପ୍ରତିଷ୍ଠା କରାଯିବ । ଏହାଦ୍ଵାରା ଭାରତ ଭାରତ ୨୦୪୭ ସୁଦ୍ଧା ଜଳପଥରେ ୬ରୁ ୧୨ ପ୍ରତିଶତ ସାମଗ୍ରୀ ପରିବହନ ଲକ୍ଷ୍ୟ ରଖିଛି ।
ବନ୍ୟପ୍ରାଣୀ ପର୍ଯ୍ୟଟନ
ବନ୍ୟପ୍ରାଣୀ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଵତନ୍ତ୍ର ଭ୍ରମଣ ପଥ ବା ଟ୍ରେଲ୍ (Trails) ନିର୍ମାଣ କରାଯିବ । ଏଥିରେ ଓଡ଼ିଶା, କର୍ଣ୍ଣାଟକ ଏବଂ କେରଳର ସମୁଦ୍ର କୂଳରେ ଥିବା କଇଁଛମାନଙ୍କ ଅଣ୍ଡାଦାନ ସ୍ଥଳନକୁ ନେଇ ଟର୍ଟଲ୍ ଟ୍ରେଲ୍ସ ଏବଂ ପୁଲିକାଟ ହ୍ରଦ
କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି ।”