ନିକଟରେ BSNL ନିଜର ୨୫ ବର୍ଷ ପୂରଣ କରିଛି । ସରକାରୀ ଟେଲିକମ୍ କମ୍ପାନୀ ସିଲଭର ଜୁବଲି ପୁରା କରିବା ଅବସରରେ ଏହାକୁ ବ୍ୟବହାର କରୁଥିବା ଲୋକମାନଙ୍କୁ ଏକ ବଡ ଉପହାର ଦେଇଛି । BSNL ର 4G ସେବା ସାରା ଦେଶରେ ଏକକାଳୀନ ଆରମ୍ଭ ହୋଇଛି । ଏହି ବର୍ଷ ଶେଷ ସୁଦ୍ଧା 5G ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି । ଏହି ଅକ୍ଟୋବର ମାସରେ କମ୍ପାନୀ ଅନେକ ଅଫର ଆଣିଛି । BSNL ର ଏକ ଶସ୍ତା ୩୦ ଦିନର ପ୍ଲାନ ରହିଛି ଯେଉଁଥିରେ ଅସୀମିତ କଲିଙ୍ଗ ,ଡାଟା, ସହ ଅନେକ ସୁବିଧା ରହିଛି ।
BSNL ର ୩୦ ଦିନିଆ ରିଚାର୍ଜ ପ୍ଲାନ
ଏହି BSNL ରିଚାର୍ଜ ଯୋଜନାର ମୂଲ୍ୟ ୨୫୫ । ଏହାକୁ ବ୍ୟବହାର କରିବା ଦ୍ବାରା ଭାରତରେ ଅନଲିମିଟେଡ଼ କଲିଂ ଏବଂ ମାଗଣା ଜାତୀୟ ରୋମିଂ ର ଲାଭ ମିଳିପାରିବ । ଏହାଛଡା ଏହି ପ୍ଲାନ ରେ ଦୌନିକ 2.5 4G ହାଇ ସ୍ପିଡ ଡାଟା ଏବଂ ୧୦୦ ଟି ଫ୍ରୀ ମେସେଜେ କରିବାପାଇଁ ସୁବିଧା ରହିଛି । BSNL ନିଜର ସବୁ ସ୍ପିଡ ପ୍ଲାନ ର ସହିତ BI TV ର ମାଗଣା ଆକ୍ସେସ ଦେଇଥାଏ । ଯେଉଁଠାରେ ବ୍ୟବହାରକାରୀଙ୍କୁ ୩୫୦ରୁ ଅଧିକ ଲାଇଭ ଟିଭି ଚାନେଲ ଏବଂOTT ଆକ୍ସେସ ମିଳିଛି ।
ପ୍ରାଇଭେଟ ଟେଲିକମ କମ୍ପାନୀଗୁଡିକୁ ୩୦ ଦିନର ଭେଲିଡିଟି ସହିତ ଦୈନିକ 2.5 GB ଡାଟା ପ୍ଲାନ କଥା କହିବା ତାହେଲେ ୧୦୦ରୁ ୧୮୦ ପର୍ଯ୍ୟନ୍ତ ଅର୍ଥାତ ବ୍ୟବହାରିକାରୀଙ୍କୁ ଦେଢ ଗୁଣ ଖର୍ଚ୍ଚ କରିବାକୁ ପଡୁଛି । Airtel ଓ vi ବ୍ୟବହାରକାରୀ ୩୦ ଦିନର ପ୍ଲାନ ୩୯୯ ଟଙ୍କାରେ ମିଳୁଛି । BSNLର ମୁକାବୁଲା ଏହି ୨ଟି କମ୍ପାନୀର ପ୍ଲାନ ପାଇଁ ବ୍ୟବହାର କାରୀଙ୍କୁ ୧୭୪ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଏହି ୨ ଟି ଘରୋଇ କମ୍ପାନୀରେ ରହିଥିବା ପ୍ଲାନ ଗୁଡିକରେ ମିଳୁଥିବା ଲାଭ ବିଷୟରେ କହିବାକୁ ଗଲେ ଅନଲିମିଟେଡ଼ କଲିଙ୍ଗର ସୁବିଧା ସହ ଦୌନିକ 2.5GB ସ୍ପିଡ ଡାଟା ସହିତ ମାଗଣା ଜାତୀୟ ରୋମିଙ୍ଗ ମିଳିବ । ଏହାସହ ଦିନକୁ ୧୦୦ ଟି ମେସେଜ ଫ୍ରି ରହିବ । BSNLଉପଭୋକ୍ତା ମାନଙ୍କୁ ଏହାଠାରୁ ଅଧିକ କନେକ୍ଚିଭିଟି ଦେବା ପାଇଁ ୧ଲକ୍ଷ ନୂଆ 4G ଟାୱାର ଲଗାଇଦେଇଛନ୍ତି । କମ୍ବାନୀ ୧ ଲକ୍ଷ ଆଉ ନୂଆ 4G ଟାୱାର ପାଇଁ କାମ କରୁଛନ୍ତି । ଯାହା ଫଳରେ ଏହି ଉପଭୋକ୍ତାଙ୍କୁ ପୁରା ଦେଶରେ ବହୁତ ବଢିଆ ନେଟୱାର୍କ ମିଳିବ ।

