ଆନ୍ଧ୍ର ଚିନ୍ତୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣାରେ ଜଣେ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ, ୬ ଗୁରୁତର ହୋଇଥିବାର ଖବର ମିଳିଛି। ଛୁଟି ସାରି ମାଲକାନଗିରି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଟ୍ରକକୁ ପିଟିଲା ଇନୋଭା କାର। ୧୪୨ ବାଟାଲିୟନର ବିଏସଏଫ ହାବିଲଦାର ଗୌରବ ପାଣ୍ଡେଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ୬ ଯବାନଙ୍କୁ ତେଲେଙ୍ଗାନା ଭଦ୍ରାଚଲମକୁ ସ୍ଥାନାନ୍ତରିତ କରାଯାଇଛି।
ଆଜି ଭୋର ସମୟରେ ଚିନ୍ତୁର ମଣ୍ଡଳର ଚାଟି ଗୋରେଲାଗୁଡେମ୍ କୁନାଭାରାମ ଜଙ୍କସନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏକ ଇନୋଭା କାରରେ ସାତ ଜଣ ସୀମା ସୁରକ୍ଷା ବାହିନୀ କର୍ମଚାରୀ ଖମ୍ମମରୁ ମାଲକାନଗିରି ଜିଲ୍ଲାର ବାଲିମେଳାକୁ ଯାଉଥିବା ବେଳେ ଏକ କଲଭର୍ଟରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟମାନେ ଆହତ ହୋଇଥିଲେ। ସେମାନଙ୍କୁ ଚିନ୍ତୁର ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରେ ଭଦ୍ରାଚଳମ ହସ୍ପିଟାଲକୁ ପଠାଯାଇଥିଲା। ଚିନ୍ତୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଭାରତୀୟ ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାତା କମ୍ପାନୀ ଓଲା ଇଲେକ୍ଟ୍ରିକ୍ର ଜଣେ ଇଞ୍ଜିନିୟର ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟା ପୂର୍ବରୁ ସେ ଲେଖିଛନ୍ତି ୨୮ ପୃଷ୍ଠାର ସୁଇସାଇଡ୍ ନୋଟ୍ । ଯେଉଁଥିରେ ବରିଷ୍ଠ ସହକର୍ମୀ ତାଙ୍କୁ ମାନସିକ ଓ ଆର୍ଥିକ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି ।
ମୃତ ଯୁବ ଇଞ୍ଜିନିୟରଙ୍କ ଭାଇ ଓଲା କମ୍ପାନୀର ସିଇଓ ଭାବିଶ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ସହକର୍ମୀଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ଉସୁକାଇବା ନେଇ ମାମଲା କରିଛନ୍ତି । ସେପଟେ ଏହି ମାମଲାରେ ଓଲା ସ୍ପଷ୍ଟୀକରଣ ଦେଇଛି । କର୍ତ୍ତୃପକ୍ଷ କହିଛନ୍ତି, “ଅରବିନ୍ଦ ଓଲା ଇଲେକ୍ଟ୍ରିକ୍ରେ କାମ କରୁଥିଲେ । କିନ୍ତୁ ସେ କେବେ ଚାକିରିରେ ମାନସିକ ଚାପ ନେଇ କୌଣସି ଅଭିଯୋଗ କରି ନଥିଲେ ।”
ଏହି ମାମଲାରେ ପୋଲିସ ଅଧିକାରୀ କହିଛନ୍ତି, “୨୦୨୨ରୁ ଅରବିନ୍ଦ ଓଲା ଇଲେକ୍ଟ୍ରିକ୍ର ହୋମୋଲୋଗୋଶନ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ସେପ୍ଟେମ୍ବର ୨୮ରେ ସେ ବେଙ୍ଗାଲୁରୁ ସ୍ଥିତ ତାଙ୍କ ଫ୍ଲାଟରେ ବିଷ ପିଇ ଦେଇଥିଲେ । ଅରବିନ୍ଦଙ୍କ ବନ୍ଧୁ ତାଙ୍କୁ ଦେଖା କରିବାକୁ ଆସିବା ବେଳେ ସ୍ଥିତି ସଙ୍ଗୀନ ଥିବା ଦେଖି ନିକଟସ୍ଥ ହସ୍ପିଟାଲ୍ ନେଇଥିଲେ । କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ସେହିଦିନ ହିଁ ଅରବିନ୍ଦ ଆଖି ବୁଜିଥିଲେ ।”
ଅରବିନ୍ଦଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଅଶ୍ଵିନ ସେହି ଫ୍ଲାଟ୍ରୁ ଏକ ୨୮ ପୃଷ୍ଠାର ସୁଇସାଇଡ୍ ନୋଟ୍ ପାଇଥିଲେ । ଯେଉଁଥିରେ ଅରବିନ୍ଦ ତାଙ୍କ ବରିଷ୍ଠ ସହକର୍ମୀ ସୁବ୍ରତ କୁମାର ଦାସ ଓ ଭାବିଶ ଅଗ୍ରୱାଲଙ୍କ ଉପରେ ଅଫିସ୍ରେ ନିର୍ଯାତନା ଏବଂ ଚାପ ପକାଇବାର ଅଭିଯୋଗ କରିଛନ୍ତି । ସୁଇସାଇଡ୍ ନୋଟ୍ରେ ଅରବିନ୍ଦ ଲେଖିଛନ୍ତି, “ମୋତେ ମାନସିକ ଭାବରେ ପ୍ରପୀଡ଼ିତ କରାଯାଇଛି ଏବଂ ଦରମା ଓ ଅନ୍ୟ ଭତ୍ତା ଦେବାକୁ ମନା କରି ଦିଆଯାଇଛି । ଆଉ ଏଥିପାଇଁ ମୁଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛି ।”

