ସଂଚାର ବ୍ୟୁରୋ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଭାରତ ଓ ବଙ୍ଗଳାଦେଶ ସୀମାନ୍ତରୁ ବିଏସ୍ଏଫ୍ ଯବାନଙ୍କୁ ଅପହରଣ ଅଭିଯୋଗ । ଆଲୋଚନା ପରେ ଉଦ୍ଧାର ହେଲେ ଯବାନ ।ବାଂଲାଦେଶରୁ ଭାରତରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ଚେଷ୍ଟା କରୁଥିବା ସମୟରେ ଜଣେ ଭାରତୀୟ ବିଏସ୍ଏଫ୍ ଯବାନଙ୍କୁ କିଛି ବାଂଲାଦେଶୀ ଦୁର୍ବୃତ୍ତ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏହା ସହ ଯବାନଙ୍କ ବନ୍ଧୁକ ମଧ୍ୟ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଏହି ଅପହରଣ ଘଟଣା ଘଟିଥିବା ଜଣାପଡ଼ିଛି । ତେବେ, ଭାରତ ଏବଂ ବାଂଲାଦେଶ ସୀମାନ୍ତ ସୁରକ୍ଷା ବାହିନୀର ଅଧିକାରୀଙ୍କ ମଧ୍ୟରେ ଏକ ଦୀର୍ଘ ଫ୍ଲାଗ ବୈଠକ ପରେ ବିଏସ୍ଏଫ୍ ଯବାନଙ୍କୁ ଦେଶକୁ ଫେରାଇ ଦିଆଯାଇଛି । ତେବେ ବନ୍ଧୁକକୁ ଦୁର୍ବୃତ୍ତମାନେ ଫେରାଇଛନ୍ତି କି ନାହିଁ ତାହା ଜଣାପଡିନାହିଁ ।