ସଂଚାର ବ୍ୟୁରୋ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପରାଗାଁ ପାଣିଟାଙ୍କି ନିକଟରେ ଦୁର୍ଘଟଣା। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୩ ଜଣ ଗୁରୁତର ଅଛନ୍ତି। ମୃତକ ହେଲେ ଦପଲା ପଞ୍ଚାୟତ ବଉଳସିଂହା ଗାଁର ଧର୍ମୁ ମହାକୁଡ଼ ଓ ପଇରବନ୍ଧ ଗାଁର ସହଦେବ ହାତୀ l ଗୁରୁତର ତିନି ଜଣଙ୍କୁ ପ୍ରଥମେ ସୋନପୁର ମେଡିକାଲ ଓ ପରେ ବୁର୍ଲା ବଡ ମଡିକାଲକୁ ସ୍ଥାନାନ୍ତର କରାଯାଇଛି। ପଲସାଗୋରାରୁ ମକରଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।