ସଂଚାର ବ୍ୟୁରୋ: ଶିକ୍ଷକଙ୍କ ବଦଳି ବାତିଲ ଦାବି । ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଝାରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି l ବିଦ୍ୟାଳୟରେ ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ବିଦ୍ୟାଳୟରେ ରହିଛି ୪୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀନିବାସ I ଶିକ୍ଷକ ଜଣେ ଥିବା ବେଳେ ଚାରି ଜଣ ଶିକ୍ଷୟିତ୍ରୀ ଥିଲେ I କିନ୍ତୁ ଗତ ୧ ତାରିଖରେ ଏକମାତ୍ର ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଆଦେଶ ପରେ ଏବେ ପାଠପଢାରୁ ଆରମ୍ଭ କରି ସୁରକ୍ଷା ଚିନ୍ତାରେ ରହିଛନ୍ତି ଅଭିଭାବକ I ପ୍ରତିବାଦ ସ୍ଵରୂପ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଦାବି ଜଣାଇଛନ୍ତି । ବିଦ୍ୟାଳୟକୁ ତୁରନ୍ତ ବଦଳି ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଦାବି କରାଯାଇଛି I ଚାରିଜଣ ଶିକ୍ଷୟତ୍ରୀ ପାଠ ପଢାଇ ପାରନ୍ତି କିନ୍ତୁ ସୁରକ୍ଷା ପାଇଁ ଶିକ୍ଷକ ଆବଶ୍ୟକ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି । ପୁନଃ ଶିକ୍ଷକ ନଦେବା ଯାଏ ତାଲା ଖୋଲିବ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି l