ସଂଚାର ବ୍ୟୁରୋ: ଟ୍ରେନ ୱାଗନରୁ ୧୨ ବୋମା ଜବତ। ବଲାଙ୍ଗୀର କଂଟାବାଞ୍ଜି ଷ୍ଟେସନରେ ଯାଞ୍ଚ ବେଳେ ଏକ ୱାଗନରୁ ଏହି ବୋମା ଉଦ୍ଧାର ହୋଇଛି। ରେଳ ଡବାରେ ୧୨ ଗୋଟି ଜୀବନ୍ତ ବୋମା ଥିବା ଦେଖିଥିଲେ ରେଳ କର୍ତ୍ତୃପକ୍ଷ। ଏ ନେଇ ସୂଚନା ଦେଇନଥିଲେ ମଧ୍ୟ ବୋମାଗୁଡ଼ିକ ଯାହାର ଥିଲା ତାହା ଫେରାଇ ଦିଆଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ୧୫୫ ଏମ୍ଏମ ବିଶିଷ୍ଟ ୧୨ ଟି ବୋମା ଥିଲା। ଏହି ବୋମା ବୋଫର୍ସ ତୋପ ଟ୍ୟାଙ୍କରେ ବ୍ୟବହୃତ ହୋଇଥାଏ। ଯାହା ଭାରତୀୟ ସେନା ବ୍ୟବହାର କରନ୍ତି। ତେବେ ଏଭଳି ଜୀବନ୍ତ ବୋମା ରେଳ ୱାଗନ୍ କୁ ଆସିଲା କେମିତି ତାହାର ତନାଘନା ଚାଲିଛି। ବୋମାଟି ସଇଁତଳା ବଡମାଳ ଗୋଲାବାରୁଦ କାରଖାନାର ବୋଲି ରେଳବାଇ ବିଭାଗ ଜାଣିବାକୁ ପାଇଛି। ଏହା ପରେ ବଡମାଳର ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ବୋମାକୁ ଫେରାଇ ଦିଆଯାଇଥିବା ଜଣାପଡିଛି। ତେବେ ଟ୍ରେନର ୱାଗନରେ ଜୀବନ୍ତ ବୋମା ଜବତ ଘଟଣାକୁ ଅଂଚଳବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି