ସଂଚାର ବ୍ୟୁରୋ: ପାରିବାରିକ କଳହରୁ ବାପାର ବର୍ବରକାଣ୍ଡ । ୮ ବର୍ଷୀୟ ପୁଅକୁ ରେଳ ଧାରଣାରେ ମାରିବାକୁ ବାପାର ଉଦ୍ଯମ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ବଲାଙ୍ଗୀର ଟାଉନ ଥାନା ଅଞ୍ଚଳରେ । ଅଭିଯୋଗ ଅନୁସାରେ କଂସାରିପଡ଼ାର ସଚିନ ଦାସ ନାମକ ଜଣେ ବ୍ଯକ୍ତି ନିଜ ସ୍ତ୍ରୀଙ୍କ ସହ ଗଣ୍ଡଗୋଳ କରିଥିଲେ । ପରକୀୟା ପ୍ରୀତି ସନ୍ଦେହରେ ପତିପତ୍ନୀଙ୍କ ମଧ୍ଯରେ ବିବାଦ ହୋଇଥିଲା । ଏହାପରେ ଅଭିଯୁକ୍ତ ସ୍ବାମୀ ଉତ୍ତ୍ଯକ୍ତ ହୋଇ ୮ ବର୍ଷୀୟ ପୁଅକୁ ନେଇ ରେଳ ଧାରଣାରେ ମାରିବାକୁ ଉଦ୍ଯମ କରିଥିଲା । ଟ୍ରେନ ଲାଇନରେ ପୁଅକୁ ବାନ୍ଧିଦେଇ ଘର ଲୋକଙ୍କୁ ଫଟୋ ପଠାଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଳବାଇ ସହାୟତାରେ ପୁଅକୁ ଉଦ୍ଧାର କରିଛି । ସୌଭାଗ୍ଯବଶତଃ ପୁଅଟିର କିଛି କ୍ଷତି ହୋଇନଥିବାବେଳେ ଅଭିଯୁକ୍ତ ସଚିନ ଦାସକୁ ଥାନାରେ ଅଠକ ରଖି ପୋଲିସ ତଦନ୍ତ କରୁଛି ।