ସଂଚାର ବ୍ୟୁରୋ: ବଲାଙ୍ଗୀର ମାଲଗୋଦାମପଡାରେ ଗୋଷ୍ଠୀ ସଂଘର୍ଷ l ଏଥିରେ ଜଣକର ମୃତ୍ଯୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ନିରଜ ହରପାଳ I ଗତକାଲି ରାତିରେ ଘଟିଥିଲା ଏ ସଂଘର୍ଷ।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ରାସ୍ତାରେ ଖଣ୍ଡା ବୁଲିବା ପରେ ସହରରେ ଆତଙ୍କ ଖେଳି ଯାଇଥିଲାl ଦୁଇ ଗୁରୁତରଙ୍କୁ ପ୍ରଥମରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସର ତଦନ୍ତ ଜାରି ରହିଛି।