ସଂଚାର ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗ୍ରାମରେ ଡାଇରିଆ ଆତଙ୍କ । ୩ ଦିନ ମଧ୍ୟରେ ୫୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସମସ୍ତ ଆକ୍ରାନ୍ତଙ୍କୁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୫୦ରୁ ଅଧିକ ଜଣ ଆକ୍ରାନ୍ତ ସିନ୍ଧେକେଲା ହସ୍ପିଟାଲରେ ଚିକିତ୍ସିତ ହେବାପାଇଁ ଆସିଥିବା ବେଳେ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । କଣ୍ଟାବାଞ୍ଜି ବିଧାୟକ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଚାନ୍ଦୋତରା ପହଞ୍ଚି ଆକ୍ରାନ୍ତ ପରିବାରକୁ ଭେଟି ସ୍ଥିତି ଅନୁଧ୍ଯାନ କରିଛନ୍ତି ।