ସଂଚାର ବ୍ୟୁରୋ: ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା । ଖାଇବାକୁ ନଦେବାରୁ ସ୍ଵାମୀ ସାଜିଲା ସଇତାନ୍ I ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅତଲା ଗାଁରେ I ମୃତକ ମହିଳା ଜଣଙ୍କ ହେଲେ ଅମୂଲ୍ୟା ବିଶ୍ଵାଳ I ଘଟଣାସ୍ଥଳରେ ପହଞ୍ଚି ଦେଓଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି I ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଅଭିଯୁକ୍ତ ସ୍ଵାମୀ ଗୌତମ ବିଶ୍ଵାଳକୁ ଗିରଫ କରିଛି ପୋଲିସ ।