ସଂଚାର ବ୍ୟୁରୋ: ହୁକିଟୋଲା ନିକଟ ସମୁଦ୍ରରେ ବୁଡିଲା ମାଛଧରା ଡଙ୍ଗା । ଅନ୍ଯ ମାଛଧରା ଡଙ୍ଗା ସାହାଯ୍ଯରେ ମତ୍ସ୍ଯଜୀବୀ ମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି । ଫଳରେ ଅଳ୍ପକେ ବର୍ତ୍ତିଯାଇଛି ୪ ମତ୍ସ୍ୟଜୀବୀଙ୍କ ଜୀବନ । ରାଜନଗର ସୁନ୍ଦରିପାଳ ଗାଁରୁ ୪ଜଣ ମତ୍ସ୍ୟଜୀବୀ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲେ।ମାଛ ଧରିବା ସମୟରେ ହଠାତ୍ ସମୁଦ୍ର ମଝିରେ ପବନ ଓ ଲହଡି ମାଡରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା । ନିକଟରେ ଆସୁଥିବା ମହାକାଳପଡା ତନ୍ତିଆପାଳ ଗାଁର କିଛି ମତ୍ସ୍ୟଜୀବୀ ବୁଡି ଯାଉଥିବା ୪ ଜଣ ମତ୍ସ୍ୟଜିବୀଙ୍କୁ ଉଦ୍ଧାରକରି କୁଳକୁ ଆଣିଥିଲେ । ସମସ୍ତ ମତ୍ସ୍ୟଜୀବୀ ସୁସ୍ଥ ଥିବା ଜଣାପଡିଛି ।

