ସଂଚାର ବ୍ୟୁରୋ: ଭୁବନେଶ୍ୱରରେ ବିଭିନ୍ନ ମିଠା ଦୋକାନରେ ବିଏମସିର ଖାଦ୍ୟ ନିରାପତ୍ତା ଟିମ୍ ର ଚଢ଼ାଉ। ଚନ୍ଦ୍ରଶେଖରପୁର, ଡମଣା, ପଟିଆ କିଟ୍ ସମେତ ୨୦ଟି ମିଠା ଦୋକାନରେ ଯାଞ୍ଚ କରିଛି ବିଏମସି ଫୁଡ୍ ସେଫଟି ଟିମ୍ । କିଛି ମିଠା ଦୋକାନରେ ବାସୀ ଓ ଅସ୍ୱାସ୍ଥ୍ୟକର ପରିବେଶ ଥିବା ନେଇ ଦେଖିବାକୁ ପାଇଥିଲା ଟିମ୍ । ସେହିଭଳି ଆଉ କିଛି ଦୋକାନରୁ ମିଠାର ମଧ୍ୟ ନମୁନା ସଂଗ୍ରହ କରିଛି ଟିମ୍ । ମିଠାର ମାନ ଓ ଗୁଣବତ୍ତା ନେଇ ମିଠା ଦୋକାନୀଙ୍କୁ ଚେତାବନୀ ଦିଆହୋଇଛି । ଗତ କାଲି ମଧ୍ୟ୧୬ରୁ ଅଧିକ ଦୋକାନରେ ମିଠାର ମାନ ନେଇ ଯାଞ୍ଚ କରିଥିଲା ଟିମ୍।