ସଂଚାର ବ୍ୟୁରୋ: ପୁରୁଣା ଫାଇଲ ଖୋଲିବେ ନୂଆ ସରକାର । ବନ୍ଧା ହେବେ ବିଜେଡିର ଟାଣୁଆ ନେତା । ବହୁଚର୍ଚ୍ଚିତ ବ୍ଲାକରୋଜ ଫାଇଲ ଖୋଲିବେ ମୋହନ ସରକାର । ଦୀର୍ଘ ୧୫ ବର୍ଷ ଲୁଚି ରହିଥିବା ଘଟଣାର ଘଟଣାର ହେବ ପର୍ଦାଫାଶ । ବିଜେଡ଼ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଘଟଣାରେ ଯାଇପାରନ୍ତି ଜେଲ । କେବଳ ବବି ନୁଁହନ୍ତି ବିଜେଡିର ଅନେକ ନେତା ଏହି ମାମଲାରେ ବନ୍ଧା ହେବେ । ଯାହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଏବେ ଛାନିଆ ପଶିଚି ।
କହି ରଖୁଛୁ କି, କିଛି ଦିନ ପୂର୍ବରୁ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ବ୍ଲାକରୋଜ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଆଉ ତାପରେ ତତ୍ପର ଦେଖାଇ ଚିଠି ଲେଖିଛି ଗୃହ ବିଭାଗ।ଗୃହ ବିଭାଗକୁ ଚିଠି ଲେଖିଛନ୍ତି ପୋଲିସ ଡିଜି। ଗୃହ ବିଭାଗ ତରଫରୁ ପୋଲିସ ଡିଜି ଓ କ୍ରାଇମବାଂଚକୁ ଚିଠି ଲେଖି କାର୍ୟ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ୨୦୦୯ ମସିହାରେ ଏହି ବହୁଚର୍ଚ୍ଚିତ ଘଟଣା ଘଟିଥିବାବେଳେ ଏହାକୁ ଦବେଇ ଦେଇଥିଲା ବିଜେଡି ସରକାର । ୨୦୧୯ରେ ଜାହାଜ ବୁଡି ଘଟଣାରେ ସମସ୍ତ ତଥ୍ୟ ଦେବା ଲାଗି ସିବିଆଇ ରାଜ୍ୟ ସରକାରଙ୍କୁ ଦୁଇ ଦୁଇ ଥର ଚିଠି ଲେଖିଥିଲା । ହେଲେ ବିଜେଡିର ପ୍ରଭାବଶାଳୀ ନେତାଙ୍କ ମୁଖା ଖୋଲିଯିବା ଭୟରେ ତଥ୍ୟ ହସ୍ତାନ୍ତର କରାଯାଇନଥିଲା।
ଯାହାକୁ ନେଇ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡି ନେତାଙ୍କର ଏ ଘଟଣାରେ ସଂପୃକ୍ତ ରହିଛି, ପୂର୍ବରୁ ବିଜେଡି ସରକାର ଗୋଳମାଳିଆ ସ୍ଥିତି କରି ତଦନ୍ତକୁ ବାଟବଣା କରିଥିଲା । କେବଳ ରାଜନେତା ନୁହନ୍ତି ସାଧାରଣ ଲୋକେ ମଧ୍ୟ ବିଜେଡି ସରକାରର ଗୁମର ଧୀରେ ଧୀରେ ଜାଣିବାକୁ ପାଉଛନ୍ତି। ଦୀର୍ଘ ୧୫ ଏହି ଘଟଣାକୁ ଲୁଚେଇ ରଖି ଖୋଲାରେ ବୁଲୁଥିଲେ । ବାହୁବଳ ସାଙ୍ଗକୁ କ୍ଷମତା ବଳରେ ସମସ୍ତ ଘଟଣାକୁ ଚପେଇ ଦେଇଥିଲେ ।