ଆଜି ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ବୈଠକ । ଏଥିରେ ୨୦ଜଣ ମୁଖ୍ୟମନ୍ତ୍ରୀ ଓ ୧୮ଜଣ ଉପମୁଖ୍ୟମନ୍ତ୍ରୀ ଯୋଗଦେବେ । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଦିନସାରା ଚାଲିବ ସୁଶାସନକୁ ନେଇ ମାନସମନ୍ଥନ। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଯୋଗଦେବେ । ଏଥିରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ କରାଯିବ । ଅପରେସନ ସିନ୍ଦୂରର ସଫଳତାକୁ ନେଇ ଭାରତୀୟ ସେନା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଞ୍ଜାପନ କରାଯିବ ।
ଏଥିସହ ଆଗାମୀ ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ସାମିଲ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦିଆଯିବ । ବିଭିନ୍ନ ରାଜ୍ୟ ପକ୍ଷରୁ ସୁଶାସନ ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା କରାଯିବ । ଏଥିପାଇଁ ରାଜ୍ୟ ସରକାର ମାନେ ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିବେ ।