ସଂଚାର ବ୍ୟୁରୋ: କଂଗ୍ରେସ ପ୍ରେସମିଟ ପରେ ପ୍ରେସମିଟ କରିଚାଲିଛି । ତେଣୁ ନିଜେ ବଳିୟାନ ହୁଅନ୍ତୁ । ବିଜେଡି କାନ୍ଧରେ ନାଉ ହୁଅନ୍ତୁ ନାହିଁ ବୋଲି କଂଗ୍ରେସକୁ ସିଧା ଶୁଣାଇଛି ବିଜେଡି । କଂଗ୍ରେସ ଅଭିଯୋଗର ଜବାବ ଦେଇ ବିଜେଡି କହିଛି, ଗଣତନ୍ତ୍ର ଉପରେ କୌଣସି ଦଳର ବିଶ୍ବାସ ଥାଇନପାରେ । ସେଥିପ୍ରତି ବିଜେଡିର କିଛି କହିବାର ନାହିଁ । ପୂର୍ବରୁ ମଧ୍ଯ ବିଜେଡି ନେତା ଅମର ପଟ୍ଟନାୟକ ଭୋଟ ଗଡ଼ବଡ଼ ନେଇ ଅଭିଯୋଗ ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଭୋଟ ଗଡବଡ ବି ହୋଇଛି । ଫର୍ମ 17-C ଏ ଯାଏଁ ଦିଆଗଲାନି । ଏହାକୁ ଦେବାକୁ ଦାବି କରିଆସୁଛି ବଜେଡି । ଏହାକୁ ନଦେଖି ଲାଞ୍ଛନା ଆଣିବା ପିଲାଲିଆମି ବୋଲି କଂଗ୍ରେସକୁ ଜବାବ ଦେଇଛି ବିଜେଡି । ଆଶ୍ଚର୍ଯ୍ୟରେ କଥା ଦୁଇ ରାଷ୍ଟ୍ରୀୟ ଦଳ ଚୁପ । ବିଜେପି କୋଟିଆ ନେଇ କିଛି କହୁନି । ଭାରତର ନିର୍ବାଚନ କମିଶନଙ୍କୁ ଦଳ ସମ୍ମାନ କରେ । ଆସନ୍ତା ୧୯ ତାରିଖରେ ପୁଣି ବିଜେଡି ଇସିଆଇଙ୍କୁ ଭେଟିବାକୁ ଯିବ । ତେଣୁ ପିସିସି ସଭାପତି ବିଜେପି ଉପରେ କିଛି ନ କହି କେବଳ ବିଜେଡିକୁ ଟାଣୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି ।

