ସଂଚାର ବ୍ୟୁରୋ: ଅନ୍ୱେଷା କାର୍ଯ୍ୟକ୍ରମ ବନ୍ଦ କରିବାକୁ ଯାଉଛନ୍ତି ସରକାର । ଏହି କାର୍ଯ୍ୟକ୍ରମରେ ଭରପୁର ବ୍ୟବସ୍ଥା କରିଥିଲେ ନବୀନ ପଟ୍ଟନାୟକ କିନ୍ତୁ ୫ ମାସ ହେଲା ଅନ୍ୱେଷା ପଇସା ହଷ୍ଟେଲକୁ ଯାଇନାହିଁ । ବିଗତ ବର୍ଷର ପଇସା ମଧ୍ୟ ଗତ ମାର୍ଚ୍ଚ ମାସରୁ ଉଠେଇ ଆଣିଛନ୍ତି । ଆଦିବାସୀ ଦଳିତ ଛାତ୍ରଛାତ୍ରୀ ଅବହେଳିତ ରୁହନ୍ତୁ ଓ ଶିକ୍ଷା ନପାଆନ୍ତୁ ବୋଲି ଇଚ୍ଛା ରଖିଛନ୍ତି ବିଜେପି ସରକାର । ଯେଉଁଥିପାଇଁ ୫ ମାସ ହେଲା ପଇସା ଦେଉନାହାନ୍ତି । ଖାଇବା ନାହିଁ ତେଣୁ ଆଦିବାସୀ ଛାତ୍ରଛାତ୍ରୀ ପାଠପଢ଼ା ଛାଡିଲେଣି । ତେଣୁ ତୁରନ୍ତ ଏହି କାର୍ଯ୍ୟକ୍ରମ ପୁଣି ଚାଲୁ କରିବାକୁ ଦାବି କରିଛି ବିଜେଡି । ୧୯୯୮ ମସିହାରେ ଦଳିତ ଓ ଆଦିବାସୀ ଲୋକଙ୍କ ଉପରେ ଯଦି କେଉଁଠି ଅନ୍ୟାୟ ଅତ୍ୟାଚାର ହୁଏ ତେବେ ଡିଏସପି ରାଙ୍କର ଜଣେ ଅଫିସର ତଦନ୍ତ କରି ନ୍ୟାୟ ଦେବେ ବୋଲି ପାର୍ଲିଆମେଣ୍ଟରେ ନିୟମ ପ୍ରସ୍ତୁତ ହୋଇଥିଲା । ଆଟ୍ରୋସିଟି ବିରୁଦ୍ଧରେ ଯେଉଁ ନିୟମ ହୋଇଥିଲା ତାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି ସରକାର । ବିଜେପି ସରକାର ଓ କର୍ମୀଙ୍କୁ ଖୁସି କରିବାକୁ ଏକ ଚିଠି କରିଛନ୍ତି ଯେଉଁଥିରେ ଆଇଆଇସି ଅଫିସର ଓ ସବ ଇନ୍ସପେକ୍ଟର ରାଙ୍କ ଅଫିସରଙ୍କୁ ତଦନ୍ତ ଭାର ଦେବା ନିଷ୍ପତ୍ତି ନେଇଛନ୍ତି । ଯଦି ଦଳିତ ଓ ଆଦିବାସୀଙ୍କ ପ୍ରତି ଶ୍ରଦ୍ଧା ଅଛି ତେବେ ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ନଚେତ ବିଜେଡି ଏଥିରେ ଚୁପ ରହିବନି ବୋଲି ଚେତାବନୀ ଦେଇଛନ୍ତି ପ୍ରମିଳା ମଲ୍ଲିକ । ସେହିପରି ଯେଉଁଠି ଆଦିବାସୀ ବିକାଶରେ ଦେଶର ବିକାଶ ହେବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ସେଠାରେ ଏଭଳି ଏକ ଚିଠି କରିବାକୁ ସରକାର ସାହସ କଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ନେତା ସୁଦାମ ମାର୍ଣ୍ଣି । କୌଣସି ସମ୍ବିଧାନ ବିଶାରଦ, ଆଡଭୋକେଟ ଜେନେରାଲଙ୍କ ପରାମର୍ଶ ନେଇ ଏଭଳି ନୋଟିଫିକେସନ ବାହାର କରିଛନ୍ତି କି ସରକାର ? ଏହା ଏକ ସାମ୍ବିଧାନିକ ଅଧିକାର ତେଣୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ନଚେତ ଆନ୍ଦୋଳନ ନିଶ୍ଚିତ ବୋଲି ଚେତାବନୀ ଦେଇଛନ୍ତି ସୁଦାମ ।