ଜାତିଭିତ୍ତିକ ଜନଗଣନା ପାଇଁ ଅନେକ ସଂଗଠନ ଦାବି କରିଆସୁଥିଲେ । ବିଜେଡି ବାରମ୍ବାର ସ୍ବର ଉଠାଇଆସିଥିଲା । ବିଧାନସଭା, ଲୋକସଭା ଓ ରାଜ୍ୟସଭା, ଦିଲ୍ଲୀରେ ସର୍ବଦଳୀୟ ବୈଠକ, ଷ୍ଟାଣ୍ଡିଙ୍ଗ କମିଟିରେ ଦଳ ଜାତିଭିତ୍ତିକ ଜନଗଣନା ଲାଗି ଦାବି କରିଆସୁଥିଲା । ଗତକାଲି କେନ୍ଦ୍ର ଏହା କରିବା ଲାଗି ନିଷ୍ପତ୍ତି ନେଇଛି । ବିଭିନ୍ନ ଆନ୍ଦୋଳନ ପରେ ସରକାର ମୁଣ୍ଡ ନୁଆଁଇ ହଁ କରିଛନ୍ତି । ତେବେ ସଂଖ୍ୟା ଅନୁସାରେ ସମସ୍ତଙ୍କୁ ଭାଗ ଦେବାକୁ ଦଳ ଦାବି କରିଥିଲା ବୋଲି ପ୍ରେସମିଟ କରି କହିଛି ବିଜେଡି । ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୯୪% । ବର୍ତ୍ତମାନ ଏସସିଏସଟିଙ୍କ ସଂଖ୍ୟା ୪୯.୯୮% । ହେଲେ ସଂରକ୍ଷଣ ମିଳୁଛି କେବଳ ୩୮.୭୫% । ପୂର୍ବରୁ ୨୦% ମିଳୁଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂରକ୍ଷଣକୁ ୨୦% ରୁ ୩୮.୭୫%କୁ ବୃଦ୍ଧି କରିଥିଲେ । ହେଲେ ବୈଷୟିକ ଶିକ୍ଷାରେ କେବଳ ୨୦% ସଂରକ୍ଷଣ ମିଳୁଛି । ୧୨% ଏସଟି ଓ ୮% ଏସସିଙ୍କ ପାଇଁ ସଂରକ୍ଷଣ ରହୁଛି । କାହିଁକି ୪୯.୯୮% ନ ମିଳିବ ବୋଲି ବିଜେଡି ପ୍ରଶ୍ନ କରିଛି ବିଜେଡି । ସେପଟେ ଓବିସିଙ୍କୁ ଆଦୌ ସଂରକ୍ଷଣ ମିଳୁନି । ୨୭% ନହେଲେ ୧୧.୨୫% ଶିକ୍ଷାରେ ସଂରକ୍ଷଣ ଦିଆଯାଉ ବୋଲି ବିଜେଡି ଦାବି କରିଛି । ତୁରନ୍ତ ଏହି ସଂରକ୍ଷଣ ଲାଗୁ ହେଉ । ନାମଲେଖା ହେଲାଣି । ନିଟ ଜେଇଇରେ ସଂରକ୍ଷଣ ଦିଆଯାଉ । କିଏ କେତେ ପ୍ରାଧାନ୍ୟ ପାଇଛନ୍ତି, କିଏ କେତେ ବଂଚିତ ଅଛନ୍ତି ? ଅର୍ଥାତ ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ଜନଗଣନା ହେଉ ବୋଲି ଦାବି କରିଛି ବିଜେଡି । ଏହାସହ ୫୦ % ସିଲିଂକୁ ହଟାଇବାକୁ ଦଳ ଦାବି କରିଛି । ୨୦୦୧ ଜନଗଣନାରେ ଜାତି ଜନଗଣନା ହେବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ହେଲା ନାହିଁ । ତେଣୁ ନିର୍ଭୁଲ ଭାବେ ଜାତି ଜନଗଣନା ହେଉ ବୋଲି ଦାବି କରିଛି ବିଜେଡି । .. ..