ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୬ ତାରିଖରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଜାନୁଆରୀ ୬ରେ ଲୋକସେବା ଭବନ ଆଗରେ କରିବ ବିକ୍ଷୋଭ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେଡି ନେତା ଏକ ପ୍ରେସମିଟ ଜରିଆରେ ଏନେଇ ସୂଚନା ଦେଇଛନ୍ତି । ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ, ୫୦୦୦୦ ହଜାର ସୁଭଦ୍ରା, ୩୦୦ ୟୁନିଟ ମାଗଣା ବିଜୁଳି, ୩୧୦୦ ଏମପିଏସ୍, ଭତ୍ତା, ଏ ସବୁରେ ବିଫଳ ହୋଇଛନ୍ତି । କେବଳ ସେତିକି ନୁହେଁ, ବିଜେପି ସରକାର ଗଠନର ୬ ମାସରେ ଦରଦାମ ବହୁ ମାତ୍ରାରେ ବଢିଥିବାରୁ ଏଭଳି ପଦକ୍ଷେପ ନେଇଛି ବିଜେଡି ।
ନିତ୍ୟ ବ୍ୟବହାର ଜିନିଷ ଯଥା ଡିଜେଲ, ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସୁଭଦ୍ରାର ଏସଓପି ୯ ଥର ବଦଳିଲାଣି, ଆଳୁ ୬୦ ଟଙ୍କା ହୋଇଥିବା ବେଳେ ଡାଲି ୧୫୦ ଛୁଇଁଲାଣି । ଏହା ପ୍ରଶାସନିକ ଓ ସରକାରୀ ବିଫଳତା ବୋଲି ବିଜେଡି କହିଛି । ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳିରେ ପାଳନ କରିବ ।