ସଂଚାର ବ୍ୟୁରୋ: ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେଡି ଆନ୍ଦୋଳନ କରିବ। ଆଗାମୀ ୭ତାରିଖ ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହରତାଳ କରାଯିବ । ତେବେ ପୀଡିତାଙ୍କ ବାପାଙ୍କୁ ବଶବର୍ତ୍ତୀ କରାଯାଇଥିବା ବିଜେଡି ଅଭିଯୋଗ ଆଣିଛି । ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ପୀଡିତାଙ୍କ ପ୍ରାଥମିକ ବୟାନ ଅନୁସାରେ ତିନି ଜଣ ଅସାମାଜିକ ଯୁବକ ଆକ୍ରମଣ କରିଥିଲେ। ତେବେ ମୃତ୍ୟୁ ପରେ ପୋଲିସ ଘଟଣାରେ ଅନ୍ୟ କେହି ସମ୍ପୃକ୍ତି ନ ଥିବା ନେଇ ଟ୍ୱିଟ କରିବା ପୋଲିସର ତଦନ୍ତ କେଉଁଠି ନା କେଉଁଠି ଠିକ ହୋଇନାହିଁ ବୋଲି ବିଜେଡି ଅଭିଯୋଗ କରିଛି । ପୀଡିତାଙ୍କୁ ନ୍ୟାୟ ପ୍ରଦାନ ନେଇ ବିଜେଡି ଦାବି କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ଦଳ ଏଥିରେ ସାମିଲ ଥିବା ଅଭିଯୋଗ ଆଣିଛି ବିଜେଡି।