Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ବିଶ୍ୱ ଘର ଚଟିଆ ଦିବସ

Sanchar Live by Sanchar Live
March 20, 2025
in ଓଡିଶା
0
ଆଜି ବିଶ୍ୱ ଘର ଚଟିଆ ଦିବସ
0
SHARES
15
VIEWS
FacebookTwitter

ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ।  ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ପ୍ରକୃତି ଓ ସମାଜ ପାଇଁ ତା’ର ଅବଦାନ ରହିଛି। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ନିଜ ପାଇଁ ବାସଘର ଖୋଜୁଛି। ଘରଚଟିଆଙ୍କ ଭଳି ଏକ ଛୋଟ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ସେମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ବ ଘରଚଟିଆ ଦିବସ’ ଭାବେ ପାଳନ କରାଯାଏ। ହାତ ପାପୁଲିରେ ଧରିପାରିବା ଭଳି ଚଢ଼େଇଟିଏ ଘରଚଟିଆ। ପ୍ରକୃତିର ଦୂତ ସେ। ଘରଚଟିଆ ଖୁସିରେ ଶବ୍ଦ କରି ଡେଇଁ ଡେଇଁ ବୁଲିବା ସୂଚାଏ ଯେ, ପ୍ରକୃତିର ସନ୍ତୁଳନ ଠିକ୍‌ ରହିଛି।  ସାରା ବିଶ୍ୱରେ ୪୩ ପ୍ରକାର ଘରଚଟିଆ ଅଛନ୍ତି।  ତେବେ ଦିନଥିଲା ଘରଚଟିଆ ଗାଁ, ସହର ପ୍ରତ୍ୟେକ ସ୍ଥାନରେ ଦଳ ଦଳ ହୋଇ ଉଡ଼ି ବୁଲୁଥିଲେ । ହେଲେ ସହରର ଉଚ୍ଚ ଅଟ୍ଟାଳିକାଗୁଡ଼ିକ ମଧ୍ୟରେ ଆଉ ଶୁଭୁନି ଘରଚଟିଆମାନଙ୍କର କିଚିରିମିଚିରି ଶବ୍ଦ। ଅନେକ ଅଞ୍ଚଳରେ ଘରଚଟିଆକୁ ଶୁଭ ବୋଲି ବିବେଚନା କରାଯାଏ। ସେଥିପାଇଁ କେତେକ ଆଦିବାସୀ ସମ୍ପ୍ରଦାୟରେ ଘରକାନ୍ଥରେ ସେମାନଙ୍କ ଚିତ୍ର ଅଙ୍କନ କରାଯାଇଥିବା ଦେଖିବାକୁ ମିଳେ। ପୂର୍ବରୁ ଘରଚଟିଆମାନେ ଚାଳ ଘରଗୁଡ଼ିକରେ ବସା ବାନ୍ଧି ରହୁଥିଲେ, ଅଣ୍ଡାରୁ ଛୁଆ ଫୁଟାଉଥିଲେ। ବିଭିନ୍ନ କାରଣରୁ ଏବେ କିନ୍ତୁ ଏହି ପକ୍ଷୀ ବିଲୁପ୍ତି ପଥରେ। ପୋକଜୋକ ଖାଇ ପ୍ରକୃତିର ଭାରସାମ୍ୟ ରକ୍ଷାରେ ସାହାଯ୍ୟ କରୁଥିବା ଘରଚଟିଆ ଏବେ ନିଜେ ଘର ଖୋଜୁଛି । ଭାରତୀୟ ପରିବେଶବିତ୍‌ ମହମ୍ମଦ ଦିଲାୱର୍‌ଙ୍କ ଦ୍ବାରା ପ୍ରତିଷ୍ଠିତ ‘ଦ ନେଚର୍ ଫର୍‌ଏଭର୍‌ ସୋସାଇଟି’ ଦ୍ବାରା ଏହି ଦିବସ ପାଳନ ଦିଗରେ ପଦକ୍ଷେପ ଆରମ୍ଭ କରାଯାଇଥିଲା। ୨୦୧୦ ମସିହାରେ ପ୍ରଥମ ଥର ପାଇଁ ‘ବିଶ୍ବ ଘରଚଟିଆ ଦିବସ’ ପାଳନ କରାଯାଇଥିଲା। ବହୁମାତ୍ରାରେ କୀଟନାଶକ ବ୍ୟବହାର, ଗୃହନିର୍ମାଣ ଢାଞ୍ଚାରେ ପରିବର୍ତ୍ତନ ଓ ଘର ସହ ସଂଲଗ୍ନ ବଗିଚା ହ୍ରାସ ଏହି ପକ୍ଷୀଙ୍କ ହ୍ରାସର ମୁଖ୍ୟ କାରଣ କୁହାଯାଉଛି। ଏହା ସହିତ ମୋବାଇଲ୍ ଓ ଟିଭି ଟାୱାରଗୁଡ଼ିକର ବିକିରଣ ଘରଚଟିଆମାନଙ୍କ ବଂଶକ୍ଷୟର ଅନ୍ୟତମ କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଘରଚଟିଆମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତବର୍ଷରେ ବିଭିନ୍ନ ରାଜ୍ୟର ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ଦାୟିତ୍ବ ଦିଆଯାଇଛି।

Tags: birdGhar chatia
ShareTweetShareSend
Sanchar Live

Sanchar Live

Next Post
ଓଡ଼ିଆ ଅସ୍ମିତାର ଉଡିଲା ଧଜିଆ, ନନ୍ଦିଘୋଷରେ ବଳଭଦ୍ର, ତାଳଧ୍ୱଜରେ ଜଗନ୍ନାଥ

ଓଡ଼ିଆ ଅସ୍ମିତାର ଉଡିଲା ଧଜିଆ, ନନ୍ଦିଘୋଷରେ ବଳଭଦ୍ର, ତାଳଧ୍ୱଜରେ ଜଗନ୍ନାଥ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.