ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦିବ୍ୟାଙ୍ଗଙ୍କ ଧାରଣା। ଦିବ୍ୟାଙ୍ଗଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା ଯାହାକୁ ନେଇ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଦିବ୍ୟାଙ୍ଗ। ରାଜ୍ୟ ସରକାର ଗତ ଜାନୁଆରୀ ମାସରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ମାନଙ୍କୁ ୧୨ଶହ ପରିବର୍ତ୍ତେ ୩୫ଶହ ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଏହି ବର୍ଦ୍ଧିତ ଭତ୍ତା ମିଳିପାରିନାହିଁ | ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ସାରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କିଛି ସଫଳ ମିଳିନାହିଁ | ଅନ୍ୟପଟେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ସ୍ଥାନୀୟ ବିଡ଼ିଓ ହିତାଂଶୁ ଶେଖର ସାମଲ || ବିଡ଼ିଓଙ୍କ କହିବା ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ସରକାରଙ୍କୁ ପ୍ରଦାନ କରିଥିଲେ ସୁଦ୍ଧା ସରକାର ଏପର୍ଯ୍ୟନ୍ତ ପଇସା ମଞ୍ଜୁର କରୁନାହାଁନ୍ତି ଯେଉଁଥିପାଇଁ ଲୋକମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି |