ସଂଚାର ବ୍ୟୁରୋ: ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣକୁ ନେଇ ବିବାଦ। ବିଞ୍ଝାରପୁର ବ୍ଲକ ଉଡ୍ରଙ୍ଗ ପଞ୍ଚାୟତରେ ଥିବା କୋରେଇଶୁଣି ଶିଶୁମନ୍ଦିରର ଗୃହ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ବ୍ୟକ୍ତିଗତ ଜମିରେ ଗୃହ ନିର୍ମାଣ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଗ୍ରାମବାସୀ | ବିଦ୍ୟାଳୟ ପାଇଁ ଜମି ପ୍ରଦାନ କରିଥିବା ବ୍ୟକ୍ତିଙ୍କ ସହ ଅନ୍ୟ କିଛି ଲୋକଙ୍କ ଜମି ଥିବାରୁ ସେମାନେ ଏହାକୁ ବିରୋଧ କରିବା ସହ ଆଇନର ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଏହି ଜମିର ମାପ ପାଇଁ ଏକ ଟିମ ଆସିଥିଲେ | ବିଦ୍ୟାଳୟକୁ ଦାନ କରାଯାଇଥିବା ଜମି ସହ ଅନ୍ୟମାନଙ୍କର ଜମି ରହିଥିବାରୁ ସେମାନେ ଏହାକୁ ବିରୋଧ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ କୋର୍ଟଙ୍କ ଚୂଡାନ୍ତ ନିର୍ଦ୍ଦେଶ ଆସିବା ପରେ ଜମିର ମାପଚୁପ କରାଯିବ। ଫଳରେ କୌଣସି ମାପ କାର୍ଯ୍ୟ ହୋଇପାରି ନାହିଁ ।

