ସଂଚାର ବ୍ୟୁରୋ: କଟକ ଏସସିବି ପରିସରରୁ ବିଭିନ୍ନ ସମୟରେ ବାଇକ ଚୋରୀ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ମଙ୍ଗଳାବାଗ ପୋଲିସ । ଚୋରୀ ସଂକ୍ରାନ୍ତରେ ଅଭିଯୋଗ ପାଇବା ପରେ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ଲୁଟେରାଙ୍କୁ ତିର୍ତ୍ତୋଲ ଅଂଚଳରୁ ଧରିବା ସହିତ ଦୁଇଟି ବାଇକ ଜବତ କରିଛି ପୋଲିସ। ଏଥି ସହିତ ଲୁଟେରାଙ୍କ ଠାରୁ ବାଇକ ଗ୍ରହଣ କରିଥିବା ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ବିଶ୍ବଜିତ ସ୍ବାଇଁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି