ସଂଚାର ବ୍ୟୁରୋ: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମ ରାଇବଣ ସାହିର ବାସିନ୍ଦା ତଥା ଜୀବନ ବୀମା ଏଜେଣ୍ଟ ଗୋବିନ୍ଦ ନାୟକଙ୍କ ୟାମାହା ବାଇକଟି ସେହି ସାହିରୁ ଚୋରି ହୋଇଥିଲା । ନାୟକ ତାଙ୍କ ବାଇକଟି ସମ୍ପର୍କୀୟଙ୍କ ଗୁହାଳ ଘରେ ରଖିଥିବାବେଳେ ଚୋରି ହୋଇଥିବାର ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଏନେଇ ଘଟଣାର ତଦନ୍ତ କରିବା ସହ ଚୋରି ବାଇକଟିକୁ ଲଙ୍ଗଳକଣ୍ଟି ମୁଣ୍ଡା ସାହିର ଟିଗୁରୁ ମୁଣ୍ଡ ଙ୍କ ଘର ଭିତରୁ ଜବତ କରିବା ସହ ବାଇକ ଚୋରି ଅଭିଯୋଗରେ ଟିଗୁରୁକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।