Thursday, August 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ

Sanchar Live by Sanchar Live
April 17, 2026
in ଓଡିଶା
0
ଆଜି ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ
0
SHARES
12
VIEWS
FacebookTwitter

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ, ଗୌରବ ଓ ଗରିମାକୁ ପ୍ରତିପାଦିତ କରିଥିବା ଓଡ଼ିଆ ବୀରଙ୍କ ମଧ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଶାଣିତ ବ୍ୟକ୍ତିତ୍ବ । ଆଜି ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ତିରୋଧାନ ହୋଇଥିଲା । ଆଧୁନିକ ଓଡ଼ିଶାର ବିଶ୍ବକର୍ମା, ସ୍ବାଭିମାନୀ ସ୍ବର ସମ୍ଭାଷର ଉଦଗାତା ବିଜୁବାବୁ ଯଥାର୍ଥରେ ଏକ କିମ୍ବଦନ୍ତୀ ପୁରୁଷ । ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ୍, ସଫଳ ଶିଳ୍ପପତି ଏବଂ ଦୂରଦର୍ଶୀ ରାଜନେତା ଭାବେ ସେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା । ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପାରାଦୀପ ବନ୍ଦର ପ୍ରତିଷ୍ଠା କରି ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେଇଥିଲେ ବିଜୁବାବୁ ।

ଭୁବନେଶ୍ୱର ବିମାନବନ୍ଦର, ଚୌଦ୍ୱାର ଓ ବଡ଼ବିଲ ଶିଳ୍ପାଞ୍ଚଳ, ତାଳଚେର ଥର୍ମାଲ୍, ନାଲକୋ ଏବଂ ସୁନାବେଡ଼ା HAL ଭଳି ବଡ଼ ପ୍ରକଳ୍ପର ରୂପାୟନ ପଛରେ ତାଙ୍କର ବଡ଼ ଭୂମିକା ଥିଲା । ସେହିପରି ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବିକାଶ ଓ ବିଜ୍ଞାନକୁ ଲୋକପ୍ରିୟତା କରାଇବାରେ ବଳିଷ୍ଠ ଅବଦାନ ରହିଛି । ଭୁବନେଶ୍ବରରେ କୃଷି ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ ପ୍ରତିଷ୍ଠା ଏବଂ ବିଶ୍ୱସ୍ତରରେ ବିଜ୍ଞାନର ପ୍ରଚାର ପାଇଁ ୟୁନେସ୍କୋ ଜରିଆରେ କଳିଙ୍ଗ ପୁରସ୍କାର ଆରମ୍ଭ କରିଥିଲେ। ମହିଳାଙ୍କୁ ସଶକ୍ତ କରିବାରେ ବିଜୁବାବୁଙ୍କ ଭୂମିକା ଅତୁଳନୀୟ । ଭାରତରେ ପ୍ରଥମ କରି ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରି ସେ ଇତିହାସ ରଚିଥିଲେ । ଜଣେ ଦୁଃସାହସୀ ପାଇଲଟ୍ ଭାବେ ସେ ଭାରତ ଛାଡ଼ ଆନ୍ଦୋଳନ ଓ କାଶ୍ମୀର ଅପରେସନରେ ମୁଖ୍ୟ ଭୂମିକା ନେଇଥିଲେ ।

ଇଣ୍ଡୋନେସିଆର ନେତାମାନଙ୍କୁ ବିପଦରୁ ରକ୍ଷା କରିଥିବାରୁ ତାଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ ଭୂମିପୁତ୍ରରେ ସମ୍ମାନିତ କରାଯାଇଥିଲା । ବିଜୁବାବୁଙ୍କ ଦେହାନ୍ତରେ କେବଳ ଓଡ଼ିଶା କିମ୍ବା ଦେଶରେ ନୁହେଁ, ବିଶ୍ବର ଅନେକ ଦେଶରେ ଶୋକର ଛାୟା ଖେଳିଯାଇଥିଲା । ବିଜୁ ବାବୁଙ୍କ ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ତିନୋଟି ଦେଶ ଭାରତ, ଇଣ୍ଡୋନେସିଆ ଏବଂ ଋଷର ଜାତୀୟ ପତାକାରେ ଆଚ୍ଛାଦିତ କରାଯାଇଥିଲା । କଳିଙ୍ଗର ବୀର ସନ୍ତାନ ଭାବେ ସେ ସଦା ସର୍ବଦା ସ୍ମରଣୀୟ ।

 

Tags: bijupattnaikodisha
ShareTweetShareSend
Sanchar Live

Sanchar Live

Next Post
ପ୍ରଥମ ବିଜୟ ଲକ୍ଷ୍ୟରେ KKR, ଆଗରେ ଗୁଜୁରାଟ

ପ୍ରଥମ ବିଜୟ ଲକ୍ଷ୍ୟରେ KKR, ଆଗରେ ଗୁଜୁରାଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଘରଭଡା ଦେଖିବାକୁ ଯାଉଥିଲେ ପଢନ୍ତୁ….
  • ଆନ୍ତର୍ଜାତୀୟ ବେଶ୍ୟାବୃତ୍ତି ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଲୋଲା ଗିରଫ
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
  • ନିକିତା ରାୱଲଙ୍କ ଏହି ଭିଡିଓ ଭାଇରାଲ
  • ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୫ ଅଟକ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.