ବିଧାନସଭା ପରିସରରେ ମଧ୍ୟ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପ୍ରବାଦ ପୁରୁଷଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ। ନୂଆ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନକୁ ସମସ୍ତେ ସ୍ମରଣ କରିଛନ୍ତି। ବିଜୁବାବୁ ଓଡିଶାର ବର ପୁତ୍ର। ଆଧୁନିକ ଓଡିଶାର ନିର୍ମାଣ ଦାତା। ଶିଳ୍ପକୁ ଆଗକୁ ନେଇଥିଲେ । ଆଧୁନିକ ଓଡିଶା ଗଠନ ରେ ତାଙ୍କର ଅବଦାନ ଅତୁଳନୀୟ । ଶିଳ୍ପରେ ଓଡିଶାକୁ ଆଗକୁ ନେବାର ଯେଉଁ ସ୍ୱପ୍ନ ସେ ଦେଖିଛନ୍ତି ନୂଆ ସରକାର ଆଗକୁ ନେବେ । ତାଙ୍କୁ ସମ୍ମାନ ଦେବା ସହ ତାଙ୍କର ଯେଉଁ ସ୍ୱପ୍ନ ଓ କାମ ରହିଯାଇଛି ତାକୁ ଆଗକୁ ନେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।