ସଂଚାର ବ୍ୟୁରୋ: ଆଳୁ ସମସ୍ୟା ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ। ବିଭିନ୍ନ ସ୍ଥାନରେ ଆଳୁ ଏବେ ୬୦ ଟଙ୍କା ଯାଏ ବିକ୍ରି ହେଉଛି। କେବେ ଆଳୁ ସମସ୍ୟାର ସମାଧାନ ହେବ ସେ ନେଇ କିଛି ବାଟ ଦେଖାଯାଉ ନାହିଁ। ବର୍ତ୍ତମାନର ସରକାର ଏ ପ୍ରସଙ୍ଗରେ ସିରିୟସ ହେବା ଭଳି ଲାଗୁ ନାହାନ୍ତି। କୌଣସି ସମସ୍ୟାର ସମାଧାନ କରିବାକୁ ହେଲେ ଏହାକୁ ଗଭୀର ଭାବେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି କହିଲେ ବିଜୟ ପଟ୍ଟନାୟକ। ଆଳୁ ଚାଷୀ ଓ ଶୀତଳଭଣ୍ଡାର ମାଲିକଙ୍କୁ ଭରଷା ଦେବା ସହ ସମନ୍ୱୟ ରଖିବାକୁ ହେବ। ୟୁପିରୁ, ପଞ୍ଜାବ ରୁ କି ବିଦେଶରୁ ଆଳୁ ଆଣି ସମସ୍ୟାର ସମାଧାନ କରିବା ସମ୍ଭବ ନୁହେଁ। ଓଡ଼ିଶାରେ ମାତ୍ର ଏକ ଲକ୍ଷ ହେକ୍ଟରରେ ଆଳୁ ଚାଷ ହେଲେ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି କହିଲେ ବିଜୟ ପଟ୍ଟନାୟକ।
ବର୍ତ୍ତମାନ ସରକାର ଲୋକଙ୍କୁ ଯେତିକି ଆଳୁ ଡିଲରଙ୍କ ମାଧ୍ୟମରେ ଯୋଗାଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ଭଳି। କେବଳ ଗଣମାଧ୍ୟମରେ ପ୍ରଚାର ପାଇଁ ଏବେର ସରକାରଙ୍କ ଏଭଳି ଆଳୁ ଯୋଗାଣ ବୋଲି କହିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ସରକାରଙ୍କ ବର୍ତ୍ତମାନର ଆଳୁ ଯୋଗାଣ କେବଳ ପ୍ରଚାର ସର୍ବସ୍ୱ ବୋଲି କହିଲେ ବିଜୟ।

