ସଂଚାର ବ୍ୟୁରୋ: ବିହାରରେ ରାଜନୈତିକ ହଲଚଲ। ଜନସୂରାଜ ପାର୍ଟିରେ ଆପ ସବକି ଆୱାଜ ପାର୍ଟିର ମିଶ୍ର। ଜନସୂରାଜ ପାର୍ଟିରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ। ପୂର୍ବରୁ ଆପ ସବକି ଆୱାଜ ନାମକ ଏକେ ଦଳ ଗଠନ କରିଥିଲେ ଆରସିପି ସିଂହ। ଏବେ ଗଠନ କରିଥିବା ଏହି ଦଳକୁ ପ୍ରଶାନ୍ତ କିଶୋରଙ୍କର ଜନ ସୂରାଜ ପାର୍ଟି ଦଳ ସହ ମିଶ୍ରଣ କରିଛନ୍ତି। ଜନସୂରାଜ ପାର୍ଟିକୁ ନେଇ ବିହାରବାସୀ ଅନେକ ଆଶା ରହିଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ। ସାରା ବିହାର ରାଜ୍ୟର ବିକାଶ ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏକଦା ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଅତି ନିକଟତର ଥିଲେ ଆରସିପି ସିଂହ।ଆଗାମୀ କିଛି ମାସ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବିଜେପି ଜେଡିୟୁ ନେତୃତ୍ଵରେ ଏନଡିଏ ମେଣ୍ଟ ଆରଜେଡି-କଂଗ୍ରେସ ନେତୃତ୍ଵ ମେଣ୍ଟ ମଧ୍ୟରେ ସିଧାସଳଖ ଜୋରଦାର ମୁକାବିଲା ହେବ। ଏହାବାଦ ଜନସୂରାଜ ପାର୍ଟି, AIMIM ଓ ଅନେକ ରାଜନୈତିକ ଦଳ ବିହାର ରାଜନୀତିରେ ନିଜ ନିଜର ଦମ ଦେଖାଇବେ। ପୁରୁଖା ନେତା ଆରସିପି ସିଂହ ପ୍ରଶାନ୍ତ କିଶୋରଙ୍କ ସହ ଆସିବା ପରେ ବିହାର ରାଜନୀତିରେ କିଛି ନୂଆ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ବିହାର ବିଧାନସଭାରେ ରହିଛି ୨୪୩ଟି ଆସନ। ଗତ ଅକ୍ଟୋବରରେ ଆରସିପି ସିଂହ ନିଜର ଆପ ସବକି ଆୱାଜ ପାର୍ଟି ଗଠନ କରିଥିଲେ। ପୂର୍ବରୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ ତୁଲାଇ ସାରିଛନ୍ତି। ଆରସିପି ସିଂହ ଉତ୍ତରପ୍ରଦେଶ କ୍ଯାଡରର ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସର। ୨୦୦୫ରେ ଆରସିପି ସିଂହ ବିହାରର ମୁଖ୍ୟ ଶାସନ ସଚିବ ଦାୟିତ୍ଵରେ ଥିଲେ। ୨୦୧୦ରେ ଚାକିରିରୁ ଅବସର ନେଇଥିଲେ। ୨୦୨୧ରେ ମୋଦିଙ୍କ ସରକାରରେ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ତେବେ ନିତୀଶ କୁମାରଙ୍କ ସହ ସମ୍ପର୍କକୁ ନେଇ ଦ୍ଵନ୍ଦ୍ଵ ଦେଖାଦେବା ପରେ ଦଳ ଛାଡିଥିଲେ ଆରସିପି ସିଂହ।