ସଂଚାର ବ୍ୟୁରୋ: ଥମୁନି ବିହାର ପବ୍ଲିକ ସର୍ଭିସ କମିଶନକୁ ନେଇ ଆନ୍ଦୋଳନ। ପୁନଃପରୀକ୍ଷା ଦାବିରେ ଆଜି ପାଟନାରେ ପୁଣି ଛାତ୍ର ଗର୍ଜନ। ଶହ ଶହ ଛାତ୍ରଛାତ୍ରୀ କରିଛନ୍ତି ନାରାବାଜି ଓ ଶୋଭାଯାତ୍ରା। ୭୦ତମ କମ୍ବାଇନଡ୍ ପ୍ରିଲିମ କମ୍ପିଟିଟିଭ ଟେଷ୍ଟ ବାତିଲ ଦାବିରେ ପ୍ରାୟ ୩ ମାସ ଧରି ଆନ୍ଦୋଳନ ଜାରି ରହିଛି। ଗତ ଡିସେମ୍ବର ୧୩ ତାରିଖରେ ହୋଇଥିବା ବିପିଏସସି ପରୀକ୍ଷାରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରଠାରୁ ତେଜିବାରେ ଲାଗିଛି ଛାତ୍ର ଆନ୍ଦୋଳନ । ଆନ୍ଦୋଳନକାରୀମାନଙ୍କ ଯୁକ୍ତି- ଏହି ପରୀକ୍ଷାକୁ ପୁନର୍ବାର କରାଯାଉ। ବ୍ଯାପକ ଅନିୟମିତତା ଅଭିଯୋଗ କରି ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ ହୋଇଛି। ଜନ ସୂରଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବି ଆନ୍ଦୋଳନରେ ସାମିଲ ହୋଇଛନ୍ତି।