ସଂଚାର ବ୍ୟୁରୋ: ସାନଭଉଣୀ ସାମ୍ନାରେ ଚାଲିଗଲା ବଡ ଭଉଣୀର ଜୀବନ । ବଜ୍ରାଘାତରେ ଜଣକର ମୃତ୍ଯୁ ହୋଇଥିବାବେଳେ ୩ ଜଣ ଗୁରୁତର । ଏପରି ଅଘଟଣ ଘଟିଛି ବଣାଇ ଲହୁଣିପଡ଼ା ଥାନା ଅନ୍ତର୍ଗତ ଠାକୁରପାଲୀ ଗ୍ରାମରେ । ଗ୍ରାମର ମୀନା ମଞ୍ଜରୀ କିଷାନ ଓ ତାଙ୍କ ଭଉଣୀ ଯଶୋମତି କିଷାନଙ୍କ ସମେତ କୌଶଲ୍ୟା ବଟ୍ଟଛତ୍ରୀ ଓ ଝିଅ ବର୍ଷା ବଟ୍ଟଛତ୍ରୀ ଜମିରେ କାମସାରି ଘରକୁ ଫେରିବା ସମୟରେ ଅଚାନକ ବଜ୍ରପାତ ହୋଇଥିଲା l ଘଟଣାସ୍ଥଳରେ ମୀନା ମଞ୍ଜରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଯଶୋମତି ଓ ଅନ୍ୟ ଦୁଇ ମାଆଝିଅ କୌଶଲ୍ୟା ଓ ବର୍ଷା ଗୁରୁତର ଭାବେ ଆହତ ହୋଇଛନ୍ତି l ଗ୍ରାମବାସୀ ତୁରନ୍ତ ଆମ୍ବୁଲାନ୍ସ ଡାକି ସମସ୍ତଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ପଠାଇଥିଲେ ।