ସଂଚାର ବ୍ୟୁରୋ: ଭୂତ ପାଇଁ ହଷ୍ଟେଲ ଖାଲି । ଏଭଳି ଘଟଣା ଦେଖିବାକୁ ମିଳିଛି ମାଥିଲି ଖଇରପୁଟ ବ୍ଲକ୍ କଦମଗୁଡା ଆଶ୍ରମ ବିଦ୍ଯାଳୟରେ। ଭୂତ ଭୟରେ ହଷ୍ଟେଲରେ ଥିବା ୫ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ପରେ ହଷ୍ଟେଲର ୬୪ ଜଣ ଛାତ୍ରୀଙ୍କୁ ବଡବେଲ କମ୍ପ୍ଲେକ୍ସକୁ ସ୍ଥାନାନ୍ତର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଦ୍ଯାଳୟରେ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର କେଶରୀ।