ସଂଚାର ବ୍ୟୁରୋ: ଭୁବନେଶ୍ଵର ପାତ୍ରପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତା ପାରହେବାବେଳେ ଧକ୍କା ଦେଲା ଥର ଗାଡ଼ି। ଥର ଧକ୍କାରେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଛି। ମାପୁଅ ଗୁରୁତର ହୋଇ ଏମସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଚାଲିଗଲା କୁନି ଝିଅର ଜୀବନ। ମାମୁଁ ଘରୁ ମା ଓ ସାନ ଭାଇ ସହ ଘରକୁ ଫେରୁଥିଲା କୁନି ଝିଅ। ହେଲେ ରାସ୍ତା ପାରହେବାବେଳେ ଧକ୍କା ଦେଲା ଭ୍ୟାନ୍। ମା, ଝିଅ ଓ ପୁଅଙ୍କୁ ବାଡେଇ ଦେଇ ଚାଲିଗଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ୮ ବର୍ଷିୟା ଝିଅ ରେଶମା ରାଉଳଙ୍କ ମୃତ୍ୟୁ ହୋଇଛି। ମା ରେବତୀ ରାଉଳଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସାନ ପୁଅଙ୍କୁ ମଧ୍ୟ ଭୁବନେଶ୍ଵର AIIMSରେ ଭର୍ତ୍ତି କରାଯାଇଛି…