କାମ କରୁନି SBI ଏଟିଏମ l ହଇରାଣ ହରକତ ହୋଇଛନ୍ତି ସାଧାରଣ ଲୋକେ l ରାଜଧାନୀରେ ଦେଖିବାକୁ ମିଳିଛି SBI ବ୍ୟାଙ୍କ ଏଟିଏମରେ ଅବ୍ୟବସ୍ଥା l କାମ କରୁନି କୌଣଷି SBI ଏଟିଏମ l କେଉଁଠି ଏଟିଏମରେ ତାଲା ପଡ଼ିଥିବାର ଦେଖିବାକୁ ମିଲୁଛି ତ, ପୁଣି କେଉଁ ଏଟିଏମରେ ପଡିଛି ସଟର l ଖାଲି ସେତିକି ନୁହେ, କିଛି କିଛି ଏଟିଏମ ସ୍କ୍ରିନରେ ଲେଖା ହୋଇଛି ଆଉଟ ଅଫ୍ ସର୍ଭିସ l SBI ପରି ସରକାରୀ ବ୍ୟାଙ୍କ ଏଟିଏମ ର ଏଭଳି ଅବ୍ୟବସ୍ଥା ଗଲା କିଛି ଦିନ ହେବ ଭୁବନେଶ୍ବରରେ ଦେଖିବାକୁ ମିଳିଛି l ଯାହା ଫଳରେ ଗ୍ରାହକ ମାନେ ବି ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି l ଜରୁରୀ ସ୍ଥିତିରେ ଟଙ୍କା ଉଠାଇବା ଓ ଡିପୋଜିଟ୍ କରିବା ପାଇଁ ଆସୁଥିବା ଗ୍ରାହକ ମାନେ ନେଣଦେଣ ନ କରିପାରିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି l

