ବାକି ପଇସା ମାଗିବାରୁ ଦୋକାନ ଜାଳିଦେଲେ। ଦେଢ଼ ଶହ ଟଙ୍କା ବାକି ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ଏଭଳି ଏକ ଘଟଣା ଘଟିଛି କ୍ୟାପିଟାଲ ଥାନା ଅଞ୍ଚଳରେ। ୟୁନିଟ ୬ ଅଞ୍ଚଳର ୫୩ ବର୍ଷୀୟା ସରୋଜିନୀ ପ୍ରଧାନଙ୍କ ଉପରେ ହୋଇଛି ଆକ୍ରମଣ । କ୍ୟାପିଟାଲ ହସ୍ପିଟାଲ ନିକଟରେ ମହିଳାଙ୍କ ଦୋକାନ ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଗୁରୁତର ମହିଳାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି।